ଆଜି ଆସିବେ କେନ୍ଦ୍ରୀୟ ଟିମ୍‌, ବାତ୍ୟା ‘ୟାଶ୍’ର କ୍ଷୟକ୍ଷତି ହେବ ଆକଳନ

ଭୁବନେଶ୍ବର, (ଓଡିଶା ଟାଇମ୍): ଆଜି ଆସିବେ କେନ୍ଦ୍ରୀୟ ଟିମ୍‌ । ବାତ୍ୟା ୟାଶର କ୍ଷୟକ୍ଷତି ଆକଳନ କରିବ ଏହି ଟିମ୍‌ । କେନ୍ଦ୍ର ଗୃହ ସଚିବ ସୁନୀଲ ବନଓ୍ୱାଲ୍‌ଙ୍କ ନେତୃତ୍ୱରେ ଆସିବ ୭ଜଣିଆ ଟିମ୍‌ ।

ବାତ୍ୟା ‘ୟାଶ୍ ‘ର କ୍ଷୟକ୍ଷତି ଆକଳନ ପାଇଁ ଆଜି ଆସିବ କେନ୍ଦ୍ରୀୟ ଟିମ୍। କେନ୍ଦ୍ର ଗୃହ ଯୁଗ୍ମ ସଚିବ ସୁନୀଲ ବନଓ୍ବାଲଙ୍କ ନେତୃତ୍ବରେ ଆସିବ ୭ଜଣିଆ ଟିମ୍। କ୍ଷୟକ୍ଷତି ଅଞ୍ଚଳ ବୁଲି ସମୀକ୍ଷା କରିବ ଟିମ୍। ଏହାପରେ ରାଜ୍ୟର ମୁଖ୍ୟ ଶାସନ ସଚିବ ଓ ଏସ୍ ଆରସିଙ୍କ ସହ ଆଲୋଚନା ମଧ୍ୟ କରିବେ । ଆଜି ସକାଳ ୯ ଟାରେ ପହଞ୍ଚିବେ ଯୁଗ୍ମ ସଚିବ ସୁନୀଲ ବନଓ୍ବାଲ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାତ୍ୟାଞ୍ଚଳ ପରିଦର୍ଶନ କରିବା ପରେ ୫୦୦ କୋଟିର ଅନୁଦାନ ପ୍ରଦାନ କରିବାକୁ ଘୋଷଣା କରିଥିଲେ । ତେବେ ଓଡିଶାରେ ୬୧୦ କୋଟିର କ୍ଷୟକ୍ଷତିର ଆକଳନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *