ଭୁବନେଶ୍ବରରେ ପହଞ୍ଚିଲେ କେନ୍ଦ୍ରୀୟ ଟିମ୍
ଭୁବନେଶ୍ବର, (ଓଡିଶା ଟାଇମ୍): ଭୁବନେଶ୍ବରରେ ପହଞ୍ଚିଲେ କେନ୍ଦ୍ରୀୟ ଟିମ୍ । ରାଜ୍ୟରେ କୋଭିଡ୍ ସ୍ଥିତି ଅନୁଧ୍ୟାନ ସହ କୋଭିଡ୍ ନିୟନ୍ତ୍ରଣ ପାଇଁ ଓଡିଶା ଆସିଛନ୍ତି ଏହି ଟିମ୍ । ଶିବାନୀ ଦତ୍ତଙ୍କ ନେତୃତ୍ବରେ ଦୁଇ ଜଣିଆ ଟିମ୍ ସୋମବାର ଆସି ଭୁବନେଶ୍ବରରେ ପହଞ୍ଚିଛନ୍ତି । ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ରଙ୍କ ସହ କରୋନା ସ୍ଥିତି ନେଇ ଆଲୋଚନା ଜାରି ରହିଛି ।
ରାଜ୍ୟର କରୋନା ସ୍ଥିତି ନେଇ କେନ୍ଦ୍ରୀୟ ଟିମ୍ ନିକଟରେ ସାମଗ୍ରିକ ରିପୋର୍ଟ ଦାଖଲ କରିବେ ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ । ପ୍ରାଥମିକ ଆଲୋଚନା ପରେ କେନ୍ଦ୍ରୀୟ ଟିମ ଅଧିକ ସଂକ୍ରମିତ ଜିଲ୍ଲାକୁ କ୍ଷେତ୍ର ପରିଦର୍ଶନରେ ଯିବାର କାର୍ଯ୍ୟକ୍ରମ ରହିଛି ।
ଓଡିଶା ବ୍ୟତୀତ ଅନ୍ୟ ୫ ରାଜ୍ୟକୁ ମଧ୍ୟ ଯିବ କେନ୍ଦ୍ରୀୟ ଟିମ୍ । କେରଳ, ଅରୁଣାଚଳ ପ୍ରଦେଶ, ତ୍ରିପୁରା, ଛତିଶଗଡ, ମଣିପୁରକୁ ଯିବ ଟିମ୍ । ବହୁଳ କୋଭିଡ୍ ସଂକ୍ରମିତ ରାଜ୍ୟକୁ ଟିମ୍ କେନ୍ଦ୍ର ପଠାଇଛନ୍ତି ଟିମ୍ । କୋଭିଡ୍ ସୁପରିଚାଳନା ପାଇଁ ପରାମର୍ଶ ଦେବ ଏହି ଟିମ୍ । ଟିମ୍ର ରିପୋର୍ଟ ଆଧାରରେ କେନ୍ଦ୍ର ସରକାର ପଦକ୍ଷେପ ନେବେ । କୋଭିଡ୍ ନିୟନ୍ତ୍ରଣ, କଣ୍ଟେନମେଣ୍ଟ ଜୋନ୍ ନେଇ ଏହି ଟିମ୍ ପରାମର୍ଶ ଦେବ ।