ମାଲକାନଗିରି ଗସ୍ତରେ କେନ୍ଦ୍ର ରେଳବାଇ ମନ୍ତ୍ରୀ

ମାଲାକନଗିରି, (ଓଡିଶା ଟାଇମ୍): ମାଲକାନଗିରି ଗସ୍ତରେ କେନ୍ଦ୍ର ରେଳବାଇ ମନ୍ତ୍ରୀ ଅଶ୍ୱନୀ ବୈଷ୍ନବ । କେନ୍ଦ୍ର ମନ୍ତ୍ରୀ ବିଶାଖାପାଟଣା ଏକ ସ୍ଵତନ୍ତ୍ର ଟ୍ରେନ ଯୋଗେ କୋରାପୁଟ ଷ୍ଟେସନରେ ପହଞ୍ଚିଛନ୍ତି । କୋରାପୁଟ ରେଳ ଷ୍ଟେସନରେ କିଛି ସମୟ ରହିବା ପରେ କେନ୍ଦ୍ର ମନ୍ତ୍ରୀ ମାଲକାନଗିରି ଗସ୍ତ କରି ଜୟପୁର ମାଲକାନଗିରି ନୂତନ ରେଳପଥ ସହ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବା ସହିତ କେନ୍ଦ୍ର ସରକାରଙ୍କ ଯୋଜନା ବିଷୟରେ ଆଲୋଚନା କରିବେ । ଜୟପୁର ଓ ମାଲକାନଗିରି ରେଳ ପଥ ଉପରେ ବିଶେଷ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।

ତାହା ସହ ମାଲକାନଗିରିରେ ନୂତନ ଡାକଘର ଉଦଘାଟନ କରିବେ କେନ୍ଦ୍ର ମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ। ମାଲକାନଗିରି ଗସ୍ତ ସାରି କେନ୍ଦ୍ର ମନ୍ତ୍ରୀ କୋରାପୁଟ ଫେରି କୋରାପୁଟ ଷ୍ଟେସନରେ ୪ଟା ସମୟରେ କୋରାପୁଟ ଠାରୁ ବିଶାଖାପାଟଣା ପାସେଞ୍ଜର ସ୍ୱତନ୍ତ୍ର ଟ୍ରେନର ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି।

Leave a Reply

Your email address will not be published.