କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା, ବେସରକାରୀ ମେଡିକାଲ୍ କଲେଜ୍ର ଅଧା ସିଟ୍ ପାଇଁ ନିଆଯିବ ସରକାରୀ ଫିସ୍
ନୂଆଦିଲ୍ଲୀ, (ଓଡିଶା ଟାଇମ୍): ମେଡ଼ିକାଲ ପାଠ ପଢ଼ିବାକୁ ଲକ୍ଷ୍ୟ ରଖିଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର। ଏଣିକି ଅଧା ଖର୍ଚ୍ଚରେ ମେଡ଼ିକାଲ ପାଠ ପଢ଼ି ହୋଇପାରିବେ ଡାକ୍ତର। ମେଡ଼ିକାଲ କଲେଜରେ ନାମଲେଖା ନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବଡ଼ ଘୋଷଣା କରିଛନ୍ତି। ଘରୋଇ ମେଡ଼ିକାଲ କଲେଜରେ ନାମଲେଖା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରି କହିଛନ୍ତି ଯେ ଘରୋଇ ମେଡ଼ିକାଲ କଲେଜରେ ଅଧା ସିଟରେ ଫି’ କମ ରହିବ। ଅଧା ସିଟ ଫି’ ସରକାରୀ ମେଡ଼ିକାଲ କଲେଜ ଫି’ ସହ ସମାନ ରହିବ। ତା’ଠାରୁ ଅଧିକ ଫି’ ଘରୋଇ ମେଡ଼ିକାଲ କଲେଜ ନେଇପାରିବେ ନାହିଁ। ଏହାଦ୍ବାରା ଗରିବ ଓ ମଧ୍ୟ ବର୍ଗ ଛାତ୍ରଛାତ୍ରୀ ଉପକୃତ ହେବେ ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି।
कुछ दिन पहले ही सरकार ने एक और बड़ा फैसला लिया है जिसका बड़ा लाभ गरीब और मध्यम वर्ग के बच्चों को मिलेगा।
हमने तय किया है कि प्राइवेट मेडिकल कॉलेजों में आधी सीटों पर सरकारी मेडिकल कॉलेज के बराबर ही फीस लगेगी: PM @narendramodi
— PMO India (@PMOIndia) March 7, 2022