ସିବିଏସଇ ଦଶମ, ଦ୍ବାଦଶ ପରୀକ୍ଷା ବାତିଲ
ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଚଳିତବର୍ଷ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସଇ) ୧୦ମ ଏବଂ ଦ୍ବାଦଶ ପରୀକ୍ଷା ହେବ ନାହିଁ। ପରୀକ୍ଷା ବାତିଲ କରିବାକୁ ବୋର୍ଡ ନିଷ୍ପତ୍ତି ନେଇଛି। ଏ ସମ୍ପର୍କରେ ଗୁରୁବାର ବୋର୍ଡ ପକ୍ଷରୁ ସୁପ୍ରିମକୋର୍ଟଙ୍କୁ ଅବଗତ କରାଯାଇଛି।
ପରୀକ୍ଷାକୁ ନେଇ ଅଭିଭାବକ ସୁପ୍ରିମ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଏନେଇ ସିବିଏସଇ କର୍ତ୍ତୃପକ୍ଷ ସୁପ୍ରିମ କୋର୍ଟଙ୍କୁ ଅବଗତ କରାଇଛନ୍ତି। ଜୁଲାଇ ୧ରୁ ୧୫ତାରିଖ ମଧ୍ୟରେ ହେବାକୁ ଥିବା ସମସ୍ତ ପରୀକ୍ଷାକୁ ବାତିଲ କରାଯାଇଛି।











