ଫେବୃଆରୀ ୨ରେ ପ୍ରକାଶ ପାଇବ ସିବିଏସଇ ଦଶମ ଓ ଦ୍ବାଦଶ ପରୀକ୍ଷା ସୂଚୀ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ସିବିଏସଇ ୧୦ମ ଓ ଦ୍ବାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ସୂଚୀ (ଡେଟସିଟ୍‌) ଫେବୃଆରୀ ୨ରେ ପ୍ରକାଶ ପାଇବ। ଏନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ କହିଛନ୍ତି। ସବିଏସ୍‌ଇ ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା ମେ’ ୪ରୁ ଆରମ୍ଭ ହୋଇ ଜୁନ୍‌ ୧୦ ଯାଏ ଚାଲିବ। ପ୍ରାକ୍ଟିକାଲ୍‌ ପରୀକ୍ଷା ୧ ମାର୍ଚ୍ଚରୁ ଆରମ୍ଭ ହେବ। ଏନେଇ ସିବିଏସ୍‌ଇ ସ୍କୁଲ ଅଧ୍ୟକ୍ଷ ଓ ସଚିବମାନଙ୍କ ସହ ଭିଡିଓ କନଫରେନ୍ସିଂରେ ଆଲୋଚନା ବେଳେ କେନ୍ଦ୍ରମନ୍ତ୍ରୀ ପୋଖରିଆଲ କହିଛନ୍ତି।

ପରୀକ୍ଷା ରେଜଲ୍ଟ ୧୫ ଜୁଲାଇ ସୁଦ୍ଧା ପ୍ରକାଶ ପାଇବ। ତେବେ ସିବିଏସ୍‌ଇ ବୋର୍ଡ ପରୀକ୍ଷା ପାଇଁ ସୂଚୀ ଫେବୃଆରୀ ୨ରେ ପ୍ରକାଶ ପାଇବାକୁ ଥିବା ବେଳେ ସିବିଏସଇ ବିଦ୍ୟାର୍ଥୀଙ୍କ ୪୫ ବର୍ଷର ରେକର୍ଡକୁ ଡିଜିଟାଲାଇଜ୍‌ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ସିବିଏସ୍‌ଇ ସମେତ ଦେଶର ଅନ୍ୟ ବୋର୍ଡ ନୂଆ ଶିକ୍ଷା ନୀତି ଲାଗୁ କରିବା ଦିଗରେ କାର୍ଯ୍ୟ ଆରମ୍ଭ କରିଛନ୍ତି। ସିବିଏସ୍‌ଇ ବୋର୍ଡ ଏହି ଦିଗରେ ପ୍ରେରଣାଦାୟୀ ସାବ୍ୟସ୍ତ ହେବ। ନୂଆ ଶିକ୍ଷା ନୀତି ଜରିଆରେ ହେବାକୁ ଥିବା ସୁଧାର ଏହି ବୋର୍ଡରୁ ଅନ୍ୟ ଆଡ଼କୁ ଯିବ ବୋଲି ରମେଶ ପୋଖରିଆଲ କହିଛନ୍ତି।

Leave a Reply

Your email address will not be published. Required fields are marked *