ପ୍ରକାଶ ପାଇଲା CBSE ଦ୍ୱାଦଶ ଶ୍ରେଣୀ ରେଜଲ୍ଟ: ପାସ୍‌ ହାର ରହିଛି ୯୯.୩୭ ପ୍ରତିଶତ

ନୂଆଦିଲ୍ଲୀ ,(ଓଡିଶା ଟାଇମ୍): କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ଶୁକ୍ରବାର ଅପରାହ୍ନ ୨ ଟାରେ ଦ୍ୱାଦଶ ବୋର୍ଡ ଫଳାଫଳ ପ୍ରକାଶ କରିଛି। ପରୀକ୍ଷା ପାଇଁ ପଞ୍ଜୀକୃତ ଛାତ୍ରମାନେ ଅଫିସିଆଲ୍ ୱେବସାଇଟ୍ cbseresults.nic.in ମାଧ୍ୟମରେ ସେମାନଙ୍କର ଫଳାଫଳ ଯାଞ୍ଚ କରିପାରିବେ। ଫଳାଫଳ ପ୍ରକାଶ କରିବାକୁ ସୁପ୍ରିମକୋର୍ଟ ଜୁଲାଇ ୩୧ ପର୍ଯ୍ୟନ୍ତ ସମୟସୀମା ଦେଇଥିଲେ। ମୋଟ୍ ୯୯.୩୭ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଥିବା ବେଳେ ଛାତ୍ରଙ୍କ ପାସ୍ ହାର ରହିଛି ୯୯.୧୩ ପ୍ରତିଶତ । ସେହିପରି ୯୯.୬୭ ଛାତ୍ରୀ ପାସ୍ କରିଛନ୍ତି ।

ବୋର୍ଡ ଦେଇଥିବା ମାନଦଣ୍ଡ ଅନୁଯାୟୀ, ଚଳିତ ବର୍ଷ ଦ୍ୱାଦଶ ଫଳାଫଳ ୩୦:୩୦:୪୦ ଫର୍ମୁଲାରେ ସ୍ଥିର କରାଯାଇଛି। ମାର୍କିଂ ସ୍କିମ୍ ଅନୁଯାୟୀ, ଦଶମ ଏବଂ ଏକାଦଶ ଶ୍ରେଣୀରେ ୫ ଟି ମଧ୍ୟରୁ ଯେଉଁ ୩ ଟି ବିଷୟରେ ଛାତ୍ରଛାତ୍ରୀମାନେ ସର୍ବାଧିକ ସ୍କୋର କରିଛନ୍ତି ତାକୁ ଫଳାଫଳ ପ୍ରସ୍ତୁତ ପାଇଁ ଚୟନ କରାଯିବ। ଏଥି ସହିତ, ଦ୍ୱାଦଶ ଶ୍ରେଣୀର ୟୁନିଟ୍, ଟର୍ମ ଏବଂ ପ୍ରାକ୍ଟିକାଲ୍ ପରୀକ୍ଷାରେ ମିଳିଥିବା ମାର୍କ ଆଧାରରେ ଏହା ପ୍ରସ୍ତୁତ ହେବ।

Leave a Reply

Your email address will not be published. Required fields are marked *