ଜୁଲାଇ ୧୫ ଭିତରେ ସିବିଏସ୍‌ଇ ଦଶମ ଓ ଦ୍ଵାଦଶ ପରୀକ୍ଷା

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌):ଜୁଲାଇ୧ରୁ ଆରମ୍ଭ ହୋଇ ୧୫ ତାରିଖ ଭିତରେ ସିବିଏସ୍‌ଇ ୧୦ମ ଓ ଦ୍ଵାଦଶ ପରୀକ୍ଷା ଶେଷ ହେବ। ଏଥିନେଇ କେନ୍ଦ୍ର ମାନବସମ୍ବଳ ବିକାଶ ମନ୍ତ୍ରଣାଳୟ ସ୍ପଷ୍ଟ କରିଛନ୍ତି। ଦେଶ ସାରା ଲକ୍‌ଡାଉନ୍‌ ଘୋଷଣା ହେତୁ ପରୀକ୍ଷା ଅଧାରୁ  ସ୍ଥଗିତ କରାଯାଇଥିଲା।

ମାର୍ଚ ୧୬ ତାରିଖରୁ ଦେଶ ସାରା ଶିକ୍ଷାନୁଷ୍ଠାନଗୁଡ଼ିକୁ ବନ୍ଦ ରଖିବା ଲାଗି ସରକାର ନିର୍ଦେଶ ଦେଇଥିଲେ। ଏହିକ୍ରମରେ ଆରମ୍ଭ ହୋଇଥିବା ସିବିଏସ୍‌ଇ ପରୀକ୍ଷା ଅଧାରୁ ବନ୍ଦ ହୋଇଥିଲା। ୧୦ମ ପରୀକ୍ଷା ଅଧାରୁ ବନ୍ଦ ହୋଇଥିବା ବେଳେ ଦ୍ଵାଦଶ ଶ୍ରେଣୀ ପରୀକ୍ଷାର ୧୨ଟି ପେପର ପରୀକ୍ଷା ହେବ।

ଏହା ପୂର୍ବରୁ ମନ୍ତ୍ରଣାଳୟ ଜେଇଇ ମେନ୍‌ ଓ ନିଟ୍‌ ପରୀକ୍ଷା  ତାରିଖ ଘୋଷଣା କରିଥିଲେ। ଜୁଲାଇ ୧୮ରୁ ୨୩ ତାରିଖ ଯାଏ ଜେଇଇ ମେନ୍‌ ପରୀକ୍ଷା ଏବଂ ଜୁଲାଇ ୨୬ ତାରିଖରେ ନିଟ୍‌ ପରୀକ୍ଷା ପାଇଁ ପୂର୍ବରୁ ଘୋଷଣା ହୋଇଛି।

 

Leave a Reply

Your email address will not be published.