ପ୍ରକାଶ ପାଇଲା ସିବିଏସ୍ଇ ଦ୍ବାଦଶ ରେଜଲ୍ଟ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶ ପାଇଛି । ଛାତ୍ରଛାତ୍ରୀମାନେ ବୋର୍ଡର ଓ୍ୱେବସାଇଟରେ ନିଜର ଫଳ ଦେଖିପାରିବେ ।  କରୋନା ଭାଇରସ ପାଇଁ ରେଜଲ୍ଟ ପ୍ରକାଶରେ ସାମାନ୍ୟ ବିଳମ୍ବ ହୋଇଛି । cbseresults.nic.in ରେ ଛାତ୍ରଛାତ୍ରୀମାନେ ସେମାନଙ୍କ ପରୀକ୍ଷାଫଳ ଦେଖିପାରିବେ । ୨୦୨୦ ଶିକ୍ଷା ବର୍ଷରେ ଦିଲ୍ଲୀ ଏନ୍‌ସିଆର୍‌ ଅଞ୍ଚଳରେ ୯୪.୩୯ ପ୍ରତିଶତ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି ।ଦେଶରେ ୮୮.୭୮ ଛାତ୍ରଛାତ୍ରୀ ପାସ୍ କରିଛନ୍ତି ।

ସର୍ବଭାରତୀୟ ସ୍ତରରେ ପାସ୍ ହାର ୮୮.୭୮ ପ୍ରତିଶତ ରହିଛି। ଭୁବନେଶ୍ୱର ରିଜନ୍‌ରେ ୯୧.୪୬ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ତ୍ରିଭେନ୍ଦ୍ରମ ରିଜନ୍‌ରେ ସର୍ବାଧିକ ୯୭.୬୭ ପ୍ରତିଶତ ପାସ୍ ହାର ରହିଛି। ନବୋଦୟ ସ୍କୁଲରେ ସର୍ବାଧିକ ୯୮.୭୦% ଛାତ୍ରଛାତ୍ରୀ ପାସ୍ କରିଥିବାବେଳେ କେନ୍ଦ୍ରୀୟ ବିଦ୍ୟାଳୟରେ ୯୮.୬୨%, ଘରୋଇ ସ୍କୁଲରେ ୮୮.୨୨% ଛାତ୍ରଛାତ୍ରୀ ପାସ୍ କରିଛନ୍ତି।ଜୁଲାଇ ୧୫ ସୁଦ୍ଧା ରେଜଲ୍ଟ ପ୍ରକାଶ ପାଇବ ବୋଲି CBSE ପକ୍ଷରୁ କୁହାଯାଇଥିଲା।

Leave a Reply

Your email address will not be published. Required fields are marked *