ନଭେମ୍ବର ୩୦ରୁ CBSE ଦଶମ ଟର୍ମ-୧ ପରୀକ୍ଷା
ଭୁବନେଶ୍ବର,(ଓଡ଼ିଶା ଟାଇମ୍): ପ୍ରକାଶ ପାଇଛି CBSE ଦଶମ ଓ ଦ୍ବାଦଶ ଟର୍ମ-୧ ପରୀକ୍ଷାସୂଚୀ । ନଭେମ୍ବର ୩୦ରୁ ଦଶମ ଓ ଡିସେମ୍ବର ୧ରୁ ଦ୍ବାଦଶ ଟର୍ମ-୧ ପରୀକ୍ଷା । ନଭେମ୍ବର ୩୦ରୁ ଡିସେମ୍ବର ୧୧ ପର୍ଯ୍ୟନ୍ତ ହେବ ଦଶମ ଟର୍ମ-୧ ପରୀକ୍ଷା । ଡିସେମ୍ବର ୧ରୁ ୨୨ ପର୍ଯ୍ୟନ୍ତ ହେବ ଦ୍ବାଦଶ ଟର୍ମ-୧ ପରୀକ୍ଷା । ସକାଳ ୧୧ଟା ୩୦ରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ହେବ ଦଶମ ଏବଂ ଦ୍ବାଦଶ ପରୀକ୍ଷା । ସମସ୍ତ ଛାତ୍ରଛାତ୍ରୀଙ୍କୁ ୯୦ ମିନିଟ ସମୟ ମିଳିବ । ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ପଢିବାକୁ ୨୦ ମିନିଟ ସମୟ ମିଳିବ । ଏସଂକ୍ରାନ୍ତରେ ଅଧିକ ତଥ୍ୟ ଜାଣିବାକୁ www.cbse.nic.in ଦେଖିବାକୁ ପରାମର୍ଶ ଦିଆଯାଇଛି । କୋରୋନା ମହାମାରୀ ପରଠୁ ନୂଆ ପଦ୍ଧତିରେ CBSE ବୋର୍ଡର ପରୀକ୍ଷା ଏବଂ ମୂଲ୍ୟାଙ୍କନ ବ୍ୟବସ୍ଥା କରାଯାଇଛି । ନୂତନ ମୂଲ୍ୟାଙ୍କନ ଅନୁଯାୟୀ CBSE ଦଶମ ଏବଂ ଦ୍ବାଦଶ ଶ୍ରେଣୀ ଶିକ୍ଷାବର୍ଷକୁ ୨ ଟର୍ମରେ ବିଭକ୍ତ କରାଯାଇଛି । ଅନେକ ରାଜ୍ୟ ମଧ୍ୟ CBSEର ଏଭଳି ବ୍ୟବସ୍ଥାକୁ ସ୍ବାଗତ କରିଛନ୍ତି ।