କମିଛି ବିପଦ, ହ୍ରାସ ପାଇଛି ସଂକ୍ରମଣ, ସଫଳ ହୋଇଛି ଲକ୍ଡାଉନ୍- ଡିଏମ୍ଇଟି
ଭୁବନେଶ୍ବର, (ଓଡିଶା ଟାଇମ୍): ଭ୍ୟାକ୍ସିନ୍ ନୋ ପରେ ସିଭିୟର୍ଟିକ କମିଛି । ସଂକ୍ରମଣ କମାଇବା ପାଇଁ ଲାଗୁ ହୋଇଥିବା ଲକ୍ଡାଉନ୍ ଉଦ୍ଦେଶ୍ୟ ସଫଳ ହୋଇଛି । ଡେଲ୍ଟା ଭାଇରସକୁ ମୁକାବିଲା କରିବାରେ କୋଭିସିଲ୍ଡ଼ ଓ କୋଭାକ୍ସିନ୍ ସପଳ ହୋଇଛି ବୋଲି କହିଛନ୍ତି ଡିଏମ୍ଇଟି ସିବିକେ ମହାନ୍ତି ।
ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ବୟସ୍କମାନଙ୍କୁ ତୃତୀୟ ଡୋଜ୍ ଦେବା ପାଇଁ ଯେଉଁ ରିପୋର୍ଟ ଦେଇଛି ସେଇଟା ମେସେଞ୍ଜର RNA ଟୀକାକୁ ନେଇ, କିନ୍ତୁ ଆଇସିଏମ୍ଆର୍ ପକ୍ଷରୁ କୌଣସି ନିର୍ଦ୍ଦେଶ ଆସିନାହିଁ । ୧୮ରୁ ଅଧିକ ବୟସ୍କ ସମସ୍ତଙ୍କୁ କେନ୍ଦ୍ର ମାଗଣାରେ ଟିକା ଦେବା ପାଇଁ ନିଷ୍ପତ୍ତି ନେଇଛି । ତାହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ । କିନ୍ତୁ କେତେ ପରିମାଣରେ ଭ୍ୟାକ୍ସିନ୍ ଯୋଗେଇବେ କେନ୍ଦ୍ର ଉପରେ ନିର୍ଭର କରେ ,ସେଇ ଅନୁସାରେ ଟିକା ବଣ୍ଟନ କରାଯାଇପାରିବ ।
ସେହିପରି ସାଇନ ଫ୍ଲୁ ବେଳେ ମଧ୍ୟ ନୋଯାଲ ସ୍ପ୍ରେ ଦିଆଯାଉଥିଲା । ଆଉ ଏବେ କରୋନା ପାଇଁ ନାଯାଲ ସ୍ପ୍ରେ ଟୀକା ଗବେଷଣା ସ୍ତରରେ ରହିଛି । ତାହା କେତେ କାମ ଦେବ ଗବେଷଣା ଚାଲିଛି । ରିପୋର୍ଟ ଆସିବା ପରେ ଜଣାପଡିବ ବୋଲି ଡ଼ିଏମଇଟି ସି.ବି.କେ ମହାନ୍ତି କହିଛନ୍ତି ।











