କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଉମେନ ଚାଣ୍ଡିଙ୍କ ବିରୋଧରେ ଆସିଥିବା ଯୌନ ନିର୍ଯାତନା ଅଭିଯୋଗର ସିବିଆଇ ତଦନ୍ତ ନିର୍ଦ୍ଦେଶ

କେରଳ, (ଓଡିଶା ଟାଇମ୍) : କଂଗ୍ରେସର ବରିଷ୍ଠ ନେତା ତଥା କେରଳ ପୂର୍ବତନ ମୁଖ୍ୟମନ୍ତ୍ରୀ ଉମେନ ଚାଣ୍ଡି ଓ ବରିଷ୍ଠ କଂଗ୍ରେସ ନେତା କେ.ସି. ବେଣୁଗୋପାଳଙ୍କ ନାଁରେ ଯୌନ ନିର୍ଯାତନା ଅଭିଯୋଗ ହୋଇଛି। କେରଳ ସୋଲାର ସ୍କାମର ମୁଖ୍ୟ ଅଭିଯୁକ୍ତ ସରିତା ଏସ୍ ନାୟାର ଏହି ଅଭିଯୋଗ ଆଣିବା ପରେ କେରଳ ସରକାର ଘଟଣାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ଓମେନ ଚାଣ୍ଡି ଓ ବେଣୁ ଗୋପାଳଙ୍କ ସହିତ ଅଦୁର ପ୍ରକାଶ, ହିବୀ ଇଦେନଙ୍କ ସମେତ ଜଣେ ବିଜେପି ନେତା ଏପି ଅବ୍‌ଦୁଲ୍ କୁଟ୍ଟିଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆସିଛି।

ଏହି ମାମଲାର ସିବିଆଇ ତଦନ୍ତ କରିବା ପାଇଁ ଅଭିଯୋଗକାରିଣୀ ସରିତ ଏସ୍‌ ନାୟାର କେରଳ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନଙ୍କୁ ଚିଠି ଲେଖି ଜଣାଇବା ପରେ ରାଜ୍ୟ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ସରକାରଙ୍କର ଏପରି ନିଷ୍ପତ୍ତିରେ କଂଗ୍ରେସ କିନ୍ତୁ ରାଜନୈତିକ ଗନ୍ଧ ବାରିଛି। ରାଜ୍ୟରେ ଆଗକୁ ବିଧାନସଭା ନିର୍ବାଚନ ଥିବାରୁ କମ୍ୟୁନିଷ୍ଟ ସରକାର ଏଭଳି ପଦକ୍ଷେପ ନେଇଥିବା କଂଗ୍ରେସ ଅଭିଯୋଗ କରିଛି।

Leave a Reply

Your email address will not be published. Required fields are marked *