ପୁରୀ ରଥଯାତ୍ରା: ଆସନ୍ତାକାଲି ତିନି ରଥର ହେବ ଦକ୍ଷିଣ ମୋଡ଼

ପୁରୀ , (ଓଡିଶା ଟାଇମ୍) : ଆସନ୍ତାକାଲି ତିନି ରଥର ଦକ୍ଷିଣ ମୋଡ଼ କରାଯିବ । ସେନେଇ ରଥର ଯାଞ୍ଚ କରାଯାଇଛି । ତିନି ରଥକୁ ଯାଞ୍ଚ କରିଛନ୍ତି ରଥ ତଦାରଖ କମିଟି । ଶ୍ରୀମନ୍ଦିର ବୈଷୟିକ ଯନ୍ତ୍ରୀ, ପୂର୍ତ୍ତ ବିଭାଗ ଯନ୍ତ୍ରୀ ଯାଞ୍ଚ କରିଛନ୍ତି । ଏଥିସହିତ ସର୍ଦ୍ଦାର ଓ ମହାରଣା ରଥ ଚକ ତଦାରଖ କରିଛନ୍ତି ।

ଏଥି ସହିତ କରୋନା ମୁକ୍ତ ସେବାୟତ ମାନେ ରଥକୁ ଟାଣିବେ ବୋଲି ନିର୍ଦ୍ଦେଶ ହୋଇଛି । ତେଣୁ ସେବାୟତଙ୍କ ଦ୍ୱୀତୟ ଥର କରୋନା ଟେଷ୍ଟ ମଧ୍ୟ କରାଯାଇଛି । ଯାହାର କରୋନା ରିପୋର୍ଟ ନେଗେଟିଭ ଆସିବ ସେମାନେ ହିଁ ଶ୍ରୀଯିଉଙ୍କ ନିଳାଦ୍ରୀ ବିଜେ ଯାଏଁ ସମସ୍ତ କାର୍ଯ୍ୟରେ ସାମିଲ ହୋଇପାରିବେ ବୋଲି ସୂଚନା ରହିଛି ।

Leave a Reply

Your email address will not be published. Required fields are marked *