କ୍ୟାପିଟାଲ ଥାନାର ୬ କର୍ମଚାରୀ କରୋନା ପଜିଟିଭ୍‌

ଭୁବନେଶ୍ବର, (ଓଡିଶା ଟାଇମ୍) : ଭୁବନେଶ୍ବରରେ କରୋନା ସଂକ୍ରମଣଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏହାରି ମଧ୍ୟରେ କ୍ୟାପିଟାଲ୍‌ ଥାନାରେ ପୁଣି ୬ ଜଣ ପୁଲିସ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଫଳରେ ଥାନାକୁ ସାନିଟାଇଜ୍‌ କରିବା ସହ ମୁଖ୍ୟ ଫାଟକକୁ ବନ୍ଦ କରି ଦିଆଯାଇଛି । ୩ ଦିନ ତଳେ କ୍ୟାପିଟାଲ ଥାନାରେ କାର୍ଯ୍ୟରତ ଜଣେ ମହିଳା କନଷ୍ଟେବଳ କରୋନାରେ ଆକ୍ରାନ୍ତ ହୋଇଥିଲେ ।

ସମ୍ପୃକ୍ତ ମହିଳା କନେଷ୍ଟବଳଙ୍କ ସଂସ୍ପର୍ଶରେ ଆସିଥିବାରୁ ଥାନାର ସମସ୍ତ କର୍ମଚାରୀଙ୍କର କୋଭିଡ୍‌ ଟେଷ୍ଟ କରା ଯାଇଥିଲା। ସେଥିରୁ ୬ଜଣଙ୍କ ପଜିଟିଭ ଆସିଛି । ଏହି ୬ ଜଣ କର୍ମଚାରୀ ସେମାନଙ୍କ ପରିବାର ସହ ରହୁଥିଲେ । ସେମାନଙ୍କ ପରିବାର ସଦସ୍ୟଙ୍କର ମଧ୍ୟ କରୋନା ଟେଷ୍ଟ କରାଯିବ । ସେପଟେ କମିଶରେଟ୍‌ ପୁଲିସ୍‌ର ଜଣେ ବରିଷ୍ଠ ଆଇପିଏସ୍‌ ଅଫିସ୍‌ରଙ୍କ ପିଏ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି ।

 

Leave a Reply

Your email address will not be published.