ସମ୍‌ ଅଲ୍ଟିମେଟ୍ ମେଡିକେୟାର ପକ୍ଷରୁ ବିଶ୍ୱ କର୍କଟ ଦିବସ ପାଳିତ

ଭୁବନେଶ୍ବର, (ଓଡିଶା ଟାଇମ୍) :ଦୃଢ଼ ଇଚ୍ଛାଶକ୍ତି ବଳରେ ଜୀବନ ସଂଗ୍ରାମରେ ବାଜିମାତ ହୋଇପାରିବ । ଏହିଭଳି ଆହ୍ୱାନ ନେଇ ସମ୍‌ ଅଲ୍ଟିମେଟ୍‌ ମେଡିକେୟାରରେ ଆୟୋଜିତ ହୋଇଯାଇଛି ବିଶ୍ୱ କର୍କଟ ଦିବସ । ଫେବୃଆରୀ ୪ ତାରିଖକୁ ବିଶ୍ୱ କର୍କଟ ଦିବସ ରୂପେ ପାଳନ କରାଯାଉଥିବା ବେଳେ ଅବସରରେ ହସପିଟାଲ୍‌ ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଅଛି ।

ହସପିଟାଲ୍‌ ପକ୍ଷରୁ ଆୟୋଜିତ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଚିଫ ଅଫ ମେଡିକାଲ ସର୍ଭିସେସ୍‌ ବ୍ରିଗେଡିୟର (ଡ.) ବିରାଜ ମୋହନ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭାରତରେ ପ୍ରତ୍ୟେକ ବର୍ଷ ୧୦ ଲକ୍ଷ ନୂଆ କ୍ୟାନସର ରୋଗୀ ବଢ଼ୁଛନ୍ତି। ବର୍ତ୍ତମାନ ୨୫ ରୁ ୩୦ ଲକ୍ଷ ଲୋକ ଏହି ଦୁଃସାଧ୍ୟ ରୋଗରେ ପୀଡିତ ଅଛନ୍ତି ବୋଲି କହି ସେ ଉଦ୍‌ବେଗ ପ୍ରକାଶ କରିଥିଲେ । ବିଶ୍ୱବ୍ୟାପି ଏହି ସଂଖ୍ୟା ଢ଼େର ଅଧିକ ଥିବାବେଳେ ଏଥିପାଇଁ ସଚେତନତା ଖୁବ୍‌ ଜରୁରୀ ବୋଲି ସେ ମତବ୍ୟକ୍ତ କରିଥିଲେ।

ପୂର୍ବ ଭାରତର ଏକମାତ୍ର ହସପିଟାଲ୍‌ ଭାବେ ସମ୍‌ ଅଲ୍ଟିମେଟ୍‌ ମେଡିକେୟାରରେ କ୍ୟାନସର ଚିକିତ୍ସା ନିମନ୍ତେ ସମସ୍ତ ଅତ୍ୟାଧୁନିକ ଏବଂ ଉତମ ଧରଣର ଚିକିତ୍ସା ପଦ୍ଧତି ଓ ସରଞ୍ଜାମ ରହିଥିବା ବେଳେ ବିଶେଷଜ୍ଞ ଡାକ୍ତର ରୋଗୀ ସେବା ପ୍ରଦାନ କରିଆସୁଛନ୍ତି । ତେଣୁ କ୍ୟାନସରରେ ପୀଡିତ ହେଲେ ବିନା ଦ୍ୱିଧାରେ ସମ୍‌ ଅଲ୍ଟିମେଟ୍‌ ଆସି ଚିକିତ୍ସା ଗ୍ରହଣ କରିବାକୁ ବ୍ରିଗେଡିୟର (ଡ.) ମିଶ୍ର ରୋଗୀ ମାନଙ୍କୁ ଆହ୍ୱାନ ଦେଇଥିଲେ ।

ଏହି ଅବସରରେ ଅଙ୍କୋ ସାଇନସେସ୍‌ ବିଭାଗର ରେଡିଏସନ୍‌ ଅଙ୍କୋଲୋଜିଷ୍ଟ ଡାକ୍ତର ଚିର ରଞ୍ଜନ ଖାଡଙ୍ଗା, ମେଡିକାଲ ଅଙ୍କୋଲୋଜିଷ୍ଟ ଡାକ୍ତର ପ୍ରିୟା ପ୍ରିୟଦର୍ଶିନୀ ନାୟକ, ସର୍ଜିକାଲ୍‌ ଅଙ୍କୋଲୋଜିଷ୍ଟ ଡାକ୍ତର ଜିଜ୍ଞାସୁ ମହାନ୍ତି, କନ୍‌ସଲ୍‌ଟାଂଟ- ନ୍ୟୁକ୍ଲିୟର୍‌ ମେଡିସିନ୍‌ ଡାକ୍ତର ସୁଦତ ରାୟ, ଡେପୁଟି ମେଡିକାଲ ସୁପରିଟେଣ୍ଡେଣ୍ଟ ଡ. ଆନନ୍ଦ ମିଶ୍ର ଏବଂ ସମ୍‌ ହସପିଟାଲର ଅଙ୍କୋଲୋଜିଷ୍ଟ ଡ. ଲଲାଟେନ୍ଦୁ ମହାରଣା ପ୍ରମୁଖ ଉପସ୍ଥିତ ରହି କ୍ୟାନସର ରୋଗ ଓ ଏହାର ନିରାକରଣ ନେଇ ମତବ୍ୟକ୍ତ କରିଥିଲେ ।

ଏହି ଦିବସ ପାଳନ ଅବସରରେ କ୍ୟାନସର ରୋଗରୁ ସୁସ୍ଥ ହୋଇଥିବା କେତେକ ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କରିଥିଲେ ଡାକ୍ତର ମିଶ୍ର । ସମ୍ବର୍ଦ୍ଧନା ଗ୍ରହଣ କରିବା ସମୟରେ ଭାବବିହ୍ୱଳ ହୋଇ ସମ୍ପୃକ୍ତ କ୍ୟାନସର ଯୋଦ୍ଧା ମାନେ ସମ୍‌ ଅଲ୍ଟିମେଟ୍‌ ଏବଂ ଏହାର ଡାକ୍ତର ମାନଙ୍କୁ ଅନେକ ପ୍ରଶଂସା କରିବା ସହ ସେମାନଙ୍କ ଜୀବନ ବଂଚାଇ ଥିବାରୁ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ହସପିଟାଲର ବରିଷ୍ଠ ଡାକ୍ତର ଓ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *