ମାନସ ସ୍ୱାଇଁ ହତ୍ୟା ମାମଲା, ଶର୍ମିଷ୍ଠା ରାଉତଙ୍କ ଆଗୁଆ ଜାମିନ ଆବେଦନ ଖାରଜ
କଟକ, (ଓଡିଶା ଟାଇମ୍): କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲା । ଶର୍ମିଷ୍ଠା ରାଉତଙ୍କ ଆଗୁଆ ଜାମିନ ଆବେଦନ ଖାରଜ । ଶର୍ମିଷ୍ଠା ଆବେଦନକୁ ଜାମିନ ଆବେଦନ ଖାରଜ କଲେ ହାଇକୋର୍ଟ । ମାନସ ସ୍ୱାଇଁ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଅଛନ୍ତି ଶର୍ମିଷ୍ଠା ରାଉତ ।
ଖବର ଅନୁଯାୟୀ, କ୍ୟାମେରାମାନ ମାନସ ସ୍ୱାଇଁ ହତ୍ୟା ଘଟଣାକୁ ବିତିଲାଣି ଏକ ମାସରୁ ଅଧିକ ଦିନ । ଏବେ ଯାଏଁ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କୁ ଧରିବାରେ ବିଫଳ ହୋଇଛି ପୋଲିସ । କିନ୍ତୁ ଏବେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ ଶର୍ମିଷ୍ଠା ରାଉତ । ଏବେ ହାଇକୋର୍ଟ ଆଗୁଆ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି । ସେପଟେ ଘଟଣାରେ ଅବସରପ୍ରାପ୍ତ ସୂଚନା ଅଧିକାରୀ ନିରଞ୍ଜନ ସେଠୀ ଗିରଫ କରିଛି ପୋଲିସ । ଏବେ ଯାଏଁ ଘଟଣାରେ ମୋଟ ଗିରଫ ସଂଖ୍ୟା ୫କୁ ବୃଦ୍ଧି ପାଇଛି । ଆଉ କିଛି ଅଭିଯୁକ୍ତଙ୍କୁ ଘଟଣାରେ ଅଟକ ରଖିଛି ପଚରାଉଚରା କରୁଛି ପୋଲିସ ।