ମୋଦୀ କ୍ୟାବିନେଟ୍: ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ଵ

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ମୋଦୀ ସରକାର ଦ୍ଵିତୀୟ ପାଳିରେ ପ୍ରଥମ କ୍ୟାବିନେଟ୍ ସଂପ୍ରସାରଣ ସହ ବଡ ଧରଣର ଅଦଳ ବଦଳ ହୋଇଛି। ଆଜି ୪୩ ଜଣ ନୂତନ ମନ୍ତ୍ରୀ ଭାବେ ଶପଥ ନେବା ପରେ ବିଭାଗ ବଣ୍ଟନ ହୋଇଛି। ୧୫ ଜଣଙ୍କୁ କ୍ୟାବିନେଟ୍ ପାହ୍ୟା ମିଳିଥିବା ବେଳେ ୨୮ ଜଣଙ୍କୁ ରାଷ୍ଟ୍ର ମନ୍ତ୍ରୀ କରାଯାଇଛି। ବ୍ୟାପକ ଅଦଳବଦଳ ପରେ ମୋଦୀ କ୍ୟାବିନେଟ୍ର ସ୍ଵରୂପ ବଦଳି ଯାଇଛି। ପୂର୍ବେ ୫୪ରେ ଥିବା ମନ୍ତ୍ରୀ ସଂଖ୍ୟା ୭୭କୁ ବୃଦ୍ଧି ଘଟିଛି। ଅନେକ ମନ୍ତ୍ରୀ ନିଜ ପଦ ବଜାୟ ରଖିଥିବା ବେଳେ ଅନେକଙ୍କ ମନ୍ତ୍ରଣାଳୟ ଅଦଳ ବଦଳ କରାଯାଇଛି। ସେହି ପରି ୧୪ ଜଣ ମନ୍ତ୍ରୀଙ୍କୁ କ୍ୟାବିନେଟ୍ରୁ ଛୁଟି ଦିଆଯାଇଛି।

ପ୍ରଥମ କରି ବିଜେପି ଟିକେଟରେ ରାଜ୍ୟସଭା ସାଂସଦ ହୋଇଥିବା ଅଶ୍ଵିନୀ  ବୈଷ୍ଣବଙ୍କୁ ଗୁରୁତ୍ଵପୂର୍ଣ୍ଣ ରେଳ ମନ୍ତ୍ରଣାଳୟ ମିଳିଛି। ଧର୍ମେନ୍ଦ୍ର ପ୍ରଧାନଙ୍କ ପେଟ୍ରୋଲ ମନ୍ତ୍ରଣାଳୟ ବଦଳାଯାଇ ଶିକ୍ଷା ମନ୍ତ୍ରଣାଳୟ ଦାୟିତ୍ଵ ଦିଆଯାଇଛି। ପ୍ରଧାନମନ୍ତ୍ରୀ ନିଜ ପାଖରେ ହର୍ଷବର୍ଦ୍ଧନଙ୍କ ବିଜ୍ଞାନ ମନ୍ତ୍ରଣାଳୟକୁ ନିଜ ପାଖରେ ରଖିଛନ୍ତି। ଗୃହ ମନ୍ତ୍ରୀ ଅମିତ୍ ଶାହାଙ୍କୁ ମିନିଷ୍ଟର ଅଫ କପୋରେସନ ଦାୟିତ୍ଵ ମିଳିଛି। କଂଗ୍ରେସ ଆସି ବିଜେପିରେ ଯୋଗ ଦେଇଥିବା ରାଜ୍ୟସଭା ସାଂସଦ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ କରାଯାଇଛି।

ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ଵ

ନରେନ୍ଦ୍ର ମୋଦୀ- ପ୍ରଧାନମନ୍ତ୍ରୀ, ମିନିଷ୍ଟର ଅଫ ପର୍ସନାଲ, ପେନସନ, ଡିପାର୍ଟମେଣ୍ଟ ଅଫ ଆଟୋମିକ ଏନାର୍ଜି, ମହାକାଶ, ବିଜ୍ଞାନ

କ୍ୟାବିନେଟ୍ ମନ୍ତ୍ରୀ

ରାଜନାଥ ସିଂହ- ପ୍ରତିରକ୍ଷା ମନ୍ତ୍ରଣାଳୟ

ଅମିତ୍ ଶାହା- ସ୍ଵରାଷ୍ଟ୍ର ମନ୍ତ୍ରଣାଳୟ ଏବଂ ସଂଯୋଜନା

 

Leave a Reply

Your email address will not be published. Required fields are marked *