୨୦୨୨ ମାର୍ଚ୍ଚ ସୁଦ୍ଧା ତିଆରି ହେବ ଆଉ ୧୧ ହଜାର କି.ମି. NH କରିଡର୍
ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ପ୍ରଥମ ଥର ପାଇଁ ଟ୍ୟାବ୍ରେ ବଜେଟ୍ ଉପସ୍ଥାପନ କରୁଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏହି ଅବସରରେ ସେ କହିଛନ୍ତି, ବିତ୍ତୀୟ ଭରଣା ପାଇଁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ମିଳିବ ୨ଲକ୍ଷ କୋଟି। ୨୦୨୨ ମାର୍ଚ୍ଚ ସୁଦ୍ଧା ଆଉ ୧୧ ହଜାର କି.ମି. NH କରିଡର୍ ତିଆରି ହେବ। କେବଳ ପଶ୍ଚିମବଙ୍ଗରେ ଆଉ ୬୭୫ କି.ମି. NH କରିଡର୍ ହେବ।
ମାଲ୍ ପରିବହନ ସୁଗମ ପାଇଁ ରେଲ୍ୱେରେ ସ୍ୱତନ୍ତ୍ର ଫ୍ରେଟ୍ କରିଡର ହେବ। ଜୁନ୍ ୨୦୨୨ ସୁଦ୍ଧା ୨ଟି ରେଳ ଫ୍ରେଟ୍ କରିଡର ସଂପୂର୍ଣ୍ଣ କରାଯିବ। ଏହାସହ ଆଉ ୩ଟି ରେଳ ଫ୍ରେଟ୍ କରିଡର ପାଇଁ ବଜେଟ୍ରେ ଘୋଷଣା ହୋଇଛି।
ଖଡ଼ଗପୁରରୁ ବିଜୟୱାଡା ଇଷ୍ଟକୋଷ୍ଟ କରିଡ଼ର ହେବ। ଏହାସହ ଇଷ୍ଟ-ୱେଷ୍ଟ୍ କରିଡର ଏବଂ ନର୍ଥ-ସାଉଥ କରିଡ଼ର ପାଇଁ ବଜେଟ୍ ଉପସ୍ଥାପନ ବେଳେ କେନ୍ଦ୍ର ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି।