ନଭେମ୍ବର ୨୯ ପୂର୍ବରୁ ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପ-ନିର୍ବାଚନ

ଭୁବନେଶ୍ବର, (ଓଡିଶା ଟାଇମ୍) :  ନଭେମ୍ବର ୨୯ ପୂର୍ବରୁ ସରିବ ଉପନିର୍ବାଚନ । ୬୪ ବିଧାନସଭା ଓ ଗୋଟିଏ ଲୋକସଭା ଆସନ ପାଇଁ ହେବ ଉପ-ନିର୍ବାଚନ । ଏନେଇ ବିଜ୍ଞପ୍ତି ଜାରି କରିଛନ୍ତି ନିର୍ବାଚନ କମିଶନ । ତେବେ ଏହି ତାଲିକାରେ ଓଡ଼ିଶାରେ ୨ଟି ବିଧାନସଭା ଆସନ ପାଇଁ ହେବ ଉପନିର୍ବାଚନ । ବାଲେଶ୍ବର ଓ ତିର୍ତ୍ତୋଲ ଆସନ ପାଇଁ ହେବ ନିର୍ବାଚନ । ବାଲେଶ୍ୱର ସଦର ବିଧାୟକ ମଦନ ମୋହନ ଦତ୍ତଙ୍କ ପରଲୋକ ହୋଇଥିଲା । ଏହାର କିଛି ଦିନ ପରେ ତିର୍ତ୍ତୋଲ ବିଧାୟକ ବିଷ୍ଣୁଚରଣ ଦାସଙ୍କ ପରଲୋକ ମଧ୍ୟ ହୋଇଥିଲା । ଏହାପର ଠାରୁ ଏହି ଦୁଇଟି ଆସନ ଖାଲିଥିଲା । ତେବେ ନିର୍ବାଚନ କମିଶନଙ୍କ ସଦ୍ୟ ଘୋଷିତ ତାରିଖ ଅନୁୟାୟୀ ନଭେମ୍ବର ୨୯ପୂର୍ବରୁ ନିର୍ବାଚନ ସରିବ ।

ଏହି ପରୀପ୍ରେକ୍ଷୀରେ ଓଡ଼ିଶାର ଦୁଇଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଉପନିର୍ବାଚନ ହେବ। ବାଲେଶ୍ବର ସଦର ଓ ତିର୍ତ୍ତୋଲ ବିଧାନସଭା ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି।
ବାଲେଶ୍ବର ସଦର ବିଧାୟକ ମଦନମୋହନ ଦତ୍ତ ଏବଂ ତିର୍ତ୍ତୋଲ ବିଧାୟକ ବିଷ୍ଣୁ ବିଷ୍ଣୁଚରଣ ଦାସଙ୍କ ପରଲୋକ ଯୋଗୁ ଏହି ଦୁଇଟି ବିଧାନସଭା ମଣ୍ଡଳୀରେ ବିଧାନସଭା ଆସନ ପଦ ଖାଲିପଡ଼ିଥିଲା। ନଭେମ୍ବର ୨୯ ପୂର୍ବରୁ ବିହାର ନିର୍ବାଚନ ସହ ଅନ୍ୟ ରାଜ୍ୟର ଉପନିର୍ବାଚନ ଶେଷ କରାଯିବା ଜରୁରୀ ବୋଲି ଭାରତୀୟ ନିର୍ବାଚନ କମିଶନ ନିର୍ଦେଶ ଦେବା ସହିତ ଉପଯୁକ୍ତ ସମୟରେ ନିର୍ବାଚନ ତାରିଖ ଜଣାଇ ଦିଆଯିବ ପ୍ରକାଶ କରିଛନ୍ତି।

ଭାରତୀୟ ନିର୍ବାଚନ କମିଶନ ଏହି ନିର୍ଦେଶନାମା ଜାରି କରିବା ପରେ ରାଜ୍ୟର ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରାର୍ଥୀ ମନୋନୟନ ଓ ବିଜୟୀ ପାଇଁ ରଣକୌଶଳ ଉପରେ ଆଲୋଚନା ଆରମ୍ଭ ହୋଇଛି। ବାଲେଶ୍ବର ସଦର ଓ ତିର୍ତ୍ତୋଲ ବିଧାନସଭା ଆସନ ଉପନିର୍ବାଚନରେ ବିଜୟୀ ହେବେ ବିଜେଡ଼ି, ବିଜେପି ଓ କଂଗ୍ରେସ ଦଳ ସ୍ବତନ୍ତ୍ର ରଣନୀତି ଆପଣେଇବ ବୋଲି ସୂଚନା ଦିଆଯାଇଛି।

 

 

Leave a Reply

Your email address will not be published.