ଆଜିଠୁ ରାଜ୍ୟରେ ବସ ଚଳାଚଳ ସ୍ୱାଭାବିକ, ପରିବହନ ମନ୍ତ୍ରୀଙ୍କ ସୂଚନା
ଭୁବନେଶ୍ବର, (ଓଡିଶା ଟାଇମ୍): କରୋନା ମହାମାରୀର ମୁକାବିଲା ପାଇଁ ଅନଲକ୍ ୪ର ଗାଇଡଲାଇନ୍ ଜାରି ହୋଇଛି । ଏଥିରେ ଅନେକ ନିୟମ କୋହଳ କରାଯାଇଛି । ଏହାରି ମଧ୍ୟରେ ରାଜ୍ୟରେ ସରକାରୀ ଓ ଘରୋଇ ବସ୍ ଚଳାଚଳ ସ୍ୱାଭାବିକ ହେବ ବୋଲି କୁହାଯାଇଛି । କଟକଣା କୋହଳ ହୋଇଥିବାରୁ ବସ୍ ଚାଲିବା ନେଇ ମନ୍ତ୍ରୀ ଆଶାବାଦୀ ଅଛନ୍ତି ।
ଘରୋଇ ଓ ସରକାରୀ ବସ ସ୍ୱାଭାବିକ ହେଉଛି । ବସ ଚଳାଇବା ସମୟରେ କୋଭିଡ ନିୟମ ମାନିବାକୁ କୁହାଯାଇଛି । ସିଟ କ୍ଷମତାଠୁ ଅଧିକ ଯାତ୍ରୀ ନେଇ ପାରିବନି ବସ । ପୂର୍ବରୁ ବସ ଚଳାଚଳ ପାଇଁ ଅନୁମତି ମିଳିଥିଲେ ବି ପ୍ୟାସେଞ୍ଜର ନହେବାରୁ ବହୁତ କମ ବସ ଚଳାଚଳ କରୁଥିଲା ।
ଏବେ ପ୍ରାୟ କଟକଣା କୋହଳ ହୋଇଥିବାରୁ ଆଗକୁ ବସ ଚଳାଚଳ ସମ୍ପୂର୍ଣ୍ଣ ସ୍ୱାଭାବିକ ହେବ ବୋଲି ଆସା କରାଯାଉଛି । ବସ ମାଲିକ ସଂଘର ଦାବି ମୁତାବକ ଓ ସ୍ଥିତିକୁ ଦେଖି ଟ୍ୟାକ୍ସ ଛାଡ ସହ ଅନ୍ୟାନ୍ୟ ଦାବି ପୂରଣ କରାଯାଇଛି । ଏବେ କଟକଣା କୋହଳ ହୋଇଥିବାରୁ ବସ ମାଲିକ ମାନେ ବସ ଚଳାଚଳ କଲେ ଲୋକମାନେ ଜାଣିପାରି ବସରେ ଯାତାୟାତ ଆରମ୍ଭ କରିବେ । ଏହାସହ କରୋନାର ସମସ୍ତ ଗାଇଡଲାଇନକୁ ପାଳନ କରି ବସ୍ ଚଳାଚଳ କରିବ ।