ବଢିଲା ବସ୍ ଭଡା : ସାଧାରଣ-ଏକ୍ସପ୍ରେସ୍ ୩ ପଇସା, ଡିଲକ୍ସ-ଏସି ଡିଲକ୍ସ ୬ ପଇସାକୁ ବୃଦ୍ଧି

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ବଢ଼ିଲା ବସ୍ ଭଡ଼ା। ତୈଳ ଦର ବୃଦ୍ଧି ଯୋଗୁଁ ବସ୍ ଭଡ଼ା ବଢ଼ାଇଲେ ସରକାର। ସାଧାରଣ ବସ୍ ଭଡ଼ା ୬୭ ପଇସାରୁ ୭୦ ପଇସାକୁ ବୃଦ୍ଧି ପାଇଛି।

ସେହିପରି ଏକ୍ସପ୍ରେସ ବସ୍ ଭଡ଼ା ୭୦ରୁ ୭୩ ପଇସାକୁ ବଢିଥିବାବେଳେ ଡିଲକ୍ସ ଭଡ଼ା ୯୫ରୁ ୧ ଟଙ୍କା ୧ ପଇସାକୁ ବଢ଼ିଛି।ପୂର୍ବରୁ ସାଧାରଣ ବସ୍ ଭଡା କିଲୋମିଟର ପିଛା ୬୭ ପଇସା ଥିଲା ଯାହା ଏଣିକି ୭୦ ପଇସାକୁ ବୃଦ୍ଧି ପାଇଛି । ଏକ୍ସପ୍ରେସ ବସ୍‌ ଭଡା କିଲୋମିଟର ପିଛା ୭୦ ପଇସାରୁ ୭୩ ପଇସାକୁ ବୃଦ୍ଧି କରାଯାଇଛି । ସେହିପରି ଡିଲକ୍ସ ବସ୍‌ ପୂର୍ବରୁ କିଲୋମିଟର ପିଛା ୯୫ ପଇସା ଥିଲା । ଯାହା ଏବେ ଠାରୁ ୧ଟଙ୍କା ୧ ପଇସା ହେବ ଏବଂ ଏସି ଡିଲକ୍ସ ବସ୍‌ର ଭଡା କିଲୋମିଟର ପିଛା ୧ ଟଙ୍କା ୧୭ ପଇସାରୁ ୧ ଟଙ୍କା ୨୩ ପଇସା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।
ସେହିପରି ଏସି ଡିଲକ୍ସ ଭଡ଼ା ୧ ଟଙ୍କା ୧୭ରୁ ୧ ଟଙ୍କା ୨୩କୁ ବଢ଼ିଥିବା ନେଇ ରାଜ୍ୟ ଘରୋଇ ବସ ମାଲିକ ସଂଘ ସମ୍ପାଦକ ସୂଚନା ଦେଇଛନ୍ତି।

Leave a Reply

Your email address will not be published.