ପୁଣି ପ୍ରବାସୀଙ୍କ ବସ୍‌ ଦୁର୍ଘଟଣାଗ୍ରସ୍ତ: ୧୦ ଗୁରୁତର

ଭୁବନେଶ୍ବର, (ଓଡିଶା ଟାଇମ୍) : ପୁଣି ଦୁର୍ଘଟଣାଗ୍ରସ୍ତ ହେଲା ପ୍ରବାସୀଙ୍କ ବସ୍‌। ବସ୍‌କୁ ପଛପଟୁ ଏକ ଟ୍ରକ୍‌‌ ଧକ୍କା ଦେବା ଫଳରେ ଏହି ଦୁର୍ଘଟଣା ଘଟିଛି। ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଦଣ୍ଡିକା ନିକଟ ୬୦ ନମ୍ବର ଜାତୀୟ ରାଜପଥରେ ଆଜି ସକାଳ ପ୍ରାୟ ସାଢ଼େ ୭ଟା ସମୟରେ ଏହି ଦୁର୍ଘଟଣା ଘଟିଛି । ଘଟଣା ସ୍ଥଳରେ ବସ୍ତା ପୋଲିସ ପହଞ୍ଚି ପ୍ରବାସୀଙ୍କୁ ଉଦ୍ଧାର କରିବା ବସ୍ତା ଡାକ୍ତରଖାନାରେ ଭର୍ତ୍ତି କରିଥିବା ସୂଚନ ମିଳିଛି ।

ସୂଚନା ମୁତାବକ, ବସ୍‌ଟି କେରଳରୁ ପଶ୍ଚିମବଙ୍ଗର ମୁର୍ଶିଦାବାଦକୁ ପ୍ରବାସୀ ଶ୍ରମିକଙ୍କୁ ଧରି ଯାଉ ଥିବାବେଳେ ବସ୍ତା ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥରେ ଟ୍ରକ୍ ପଛପଟୁ ବସ୍‌ଟି‌ ଧକ୍କା ଦେଇଥିଲା। ଫଳରେ ବସ୍‌ଟି ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଭାବରେ କ୍ଷତିଗ୍ରସ୍ତ ହୋଇଛି। ବସ୍‌ରେ ୪୦ ଜଣ ପ୍ରବାସୀ ଥିବା ଜଣାପଡିଛି। ବସ୍ତା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

 

Leave a Reply

Your email address will not be published.