ରାୟପୁରର ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର, (ଓଡିଶା ଟାଇମ୍) : ଛତିଶଗଡ ରାୟପୂୁରରେ ଦାଦନଙ୍କ ବସ ଦୁର୍ଘଟଣା ଖବରରେ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ମୃତକଙ୍କ ପାଇଁ ୨ ଲକ୍ଷ ଟଙ୍କାର ସହାୟତା ରାଶି ସହ ଆହତଙ୍କୁ ଚିକିତ୍ସା ଯୋଗାଇଦେବାକୁ ଘୋଷଣା କରାଯାଇଛି । ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ତୁରନ୍ତ ରାୟପୁରରେ ପହଚିଂବାକୁ କୁହାଯାଇଛି । ସେହିପରି ଛତିଶଗଡ ଡିଜିପିଙ୍କ ସହ ଯୋଗାଯୋଗରେ ରହି ଆହତଙ୍କୁ ସମସ୍ତ ସେବା ଯୋଗାଇଦେବାକୁ ପୁଲିସ ଡିଜିଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ସେହିପରି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଡିଜିପି ଅଭୟଙ୍କ ସୂଚନା ଦେଇଛନ୍ତି ଯେ, , ଛତିଶଗଡ଼ର ପୋଲିସ ଅଧିକାରୀଙ୍କ ସହ ଯୋଗାଯୋଗରେ ରହିଛୁ । ୭ ଆହତଙ୍କର ଚିକିତ୍ସା ରାୟପୁର ମେଡିକାଲରେ ଚାଲିଛି । ସେପଟେ ରାୟପୁର ବସ୍ ଦୁର୍ଘଟଣାରେ ଶ୍ରମମନ୍ତ୍ରୀ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ମୁଁ ରାୟପୁର ଯାଉଛି । ଆହତଙ୍କ ଚିକିତ୍ସା ଚାଲିଛି । ସୁସ୍ଥ ହେବା ପରେ ତାଙ୍କୁ ଘରକୁ ପଠାଯିବ । ଛତିଶଗଡ଼ ସରକାରଙ୍କ ସହ କଥା ହୋଇଛି । ପ୍ରାଥମିକତା ଭିତ୍ତିରେ ଚିକିତ୍ସା ଉପରେ ଗୁରୁତ୍ବ ଦେବାକୁ କହିଛୁ ।
ଆଜି ସକାଳ ସମୟରେ ଗଞ୍ଜାମ ଜିଲ୍ଲାରୁ କିଛି ଶ୍ରମିକ ନେଇ ଗୁଜରାଟର ସୁରତ ଅଭିମୁଖେ ଯାଉଥିଲା ଏକ ବସ୍ । କିନ୍ତୁ ଛତିଶଗଡ଼ ରାୟପୁର ନିକଟସ୍ଥ ଚେରିଖେଡି ନିକଟରେ ବସ୍ ଓ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଦୁର୍ଘଟଣାରେ ୭ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ଜଣ ଆହତ ହୋଇଥିବା ସୂଚନା ରହିଛି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ସ୍ଥାନୀୟ ପ୍ରଶାସନ ପହଞ୍ଚି ଛାନ୍ଭିନ୍ ଜାରି ରଖିଛି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ମୃତକଙ୍କ ପରିଚୟ ମିଳିପାରିନାହିଁ ।