ଟ୍ରକକୁ ପଛପଟୁ ପିଟିଲା ବସ୍ : ଜଣେ ମୃତ, ୨୦ ଆହତ

ବାଲେଶ୍ବର, (ଓଡିଶା ଟାଇମ୍) : ବାଲେଶ୍ବର ଜିଲା ୧୬ନଂ ଜାତୀୟ ରାଜ ପଥ ଜାମୁଝାଡି ନିକଟରେ ମଙ୍ଗଳବାର ବିଳମ୍ବିତ ରାତ୍ରିରେ ଛିଡା ହୋଇଥିବା ଟ୍ରକକୁ ଏକ ବସ ପଛରୁ ଧକ୍କା ଦେଇଥିବା ଜଣାପଡିଛି। ଫଳରେ ଘଟଣା ସ୍ଥଳରେ ଜଣକର ମୃତ୍ୟୁ ହୋଇଥିବା ବେଳେ ୨୦ ଆହାତ ହୋଇଛନ୍ତି ।

ସୂଚନାଯୋଗ୍ୟ ଯେ, ବସ୍‌ଟି ପଣ୍ଡିଚେରୀରୁ ପ୍ରବାସୀ ମାନଙ୍କୁ ନେଇ ପାଟନା ଅଭିମୁଖେ ଯାଉଥିବା ବେଳେ ଜାମୁଝାଡି ନିକଟରେ ଛିଡା ହୋଇଥିବା ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା । ସିମୁଳିଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାକୁ ପଠାଇଥିଲା । ସେମାନଙ୍କ ମଧ୍ୟରୁ ୩ଜଣଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ବାଲେଶ୍ବର ସ୍ଥାନାନ୍ତର କରାଯାଇଛି । ସିମୁଳିଆ ଆଇଆଇସି ପର୍ଶୁରାମ ସାହୁ ଯାତ୍ରୀ ମାନଙ୍କୁ ଅନ୍ୟ ଏକ ବସ୍ ଯୋଗେ ପାଟନା ପଠାଇଛନ୍ତି ।

Leave a Reply

Your email address will not be published. Required fields are marked *