ପ୍ରବାସୀଙ୍କୁ ନେଇ ଫେରୁଥିବା ବସ୍ ଓଲଟିପଡ଼ିଲା, ଜଣେ ମୃତ
ଭୁବନେଶ୍ଵର(ଓଡ଼ିଶା ଟାଇମ୍): ପ୍ରବାସୀ ଓଡ଼ିଆମାନଙ୍କୁ ନେଇ ଫେରୁଥିବା ଏକ ବସ୍ ଓଲଟିପଡ଼ିଥିବା ସୂଚନା ମିଳିଛି। ଗଞ୍ଜାମ ଜିଲ୍ଲା ଓ କନ୍ଧମାଳ ଜିଲ୍ଲାକୁ ସଂଯୋଗ କରୁଥିବା ରାସ୍ତାର କଳିଙ୍ଗା ଘାଟିରେ ଏଭଳି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ଏଥିରେ ଜଣଙ୍କ ମୃତ୍ୟୁ ହୋଇଥିବା ପୁଲିସ୍ ସୂଚନା ଦେଇଛି।
ଜି ଉଦୟଗିରି ଏସ୍ଡିପିଓଙ୍କ ସୂଚନା ଅନୁସାରେ ଭଞ୍ଜନଗରଠୁ ଫୁଲବାଣୀ ରାସ୍ତାର କଳିଙ୍ଗା ଘାଟିରେ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ବସ୍ଟି ସୁରତରୁ ଆସୁଥିବାବେଳେ ସେଥିରେ ୪୦ରୁ ଅଧିକ ପ୍ରବାସୀ ଓଡ଼ିଆ ରହିଥିଲେ। ଅନ୍ଧାରକୋଟ ନିକଟରେ ବସ୍ଟି ଓଲଟି ପଡ଼ିଥିବାବେଳେ ସେଥିରୁ ୪୦ ଜଣଙ୍କୁ ଉଦ୍ଧାର କରାଯାଇଛି। ସେହିପରି ଆଉଜଣେ ଚାପି ହୋଇ ରହିଥିବା ଆଶଙ୍କା ରହିଛି। ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ଜଣାପଡ଼ିଛି।











