୫ ଦିନ ପାଇଁ ବୁର୍ଲା ଥାନା ସିଲ୍

ବୁର୍ଲା, (ଓଡିଶା ଟାଇମ୍) : ସିଲ୍ ହେଲା ସମ୍ବଲପୁରର ବୁର୍ଲା ଥାନା । ଦୁଇ ଜଣ ପୋଲିସ କର୍ମଚାରୀ କରୋନା ପୋଜେଟିଭ୍ ଚିହ୍ନଟ ହେବା ପରେ ଏଭଳି ନିଷ୍ପତ୍ତି ନେଇ ପୋଲିସ ପ୍ରଶାସନ । ତେବେ ଆସନ୍ତା ୫ ଦିନ ପାଇଁ ଥାନାକୁ ସିଲ୍ କରାଯିବା ସହ ସାନିଟାଇଜ୍ଇଜ କରାଯାଇଛି ।

ଥାନାରୁ କରୋନା ପଜିଟିଭ୍ ଚିହ୍ନଟ ହେବା ସହ ଥାନାର ସମସ୍ତ କର୍ମଚାରୀଙ୍କୁ କ୍ବାରେଣ୍ଟାଇନକୁ ପଠାଇ ଦିଆଯାଇଛି । ଏହା ପୂର୍ବରୁ ବୁର୍ଲା ମେଡିକାଲ ଫାଣ୍ଡି ମଧ୍ୟ ସିଲ୍ ରହିଛି । ଏହା ସହିତ ସଂକ୍ରମିତଙ୍କ ସଂସ୍ପର୍ଶରେ ଆଉ କେଉଁମାନେ ଆସିଛନ୍ତି ସେନେଇ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି । ସମ୍ପୃକ୍ତ କର୍ମଚାରୀଙ୍କ ରିପୋର୍ଟ ଗତକାଲି ପଜିଟିଭ୍ ଆସିଛି । ଥାନା ସିଲ୍ ଥିବାରୁ ବାହାରେ କାମ ଚାଲିଛି । ସଂକ୍ରମିତ ଦୁଇ ଜଣ ପୋଲିସ କନେଷ୍ଟେବଳ ବୋଲି ଜଣାପଡିଛି ।

Leave a Reply

Your email address will not be published.