ଭୁଶୁଡିଲା ନିର୍ମାଣାଧୀନ କୋଠା : ୩ ଶ୍ରମିକ ମୃତ

ଚେନ୍ନାଇ, (ଓଡିଶା ଟାଇମ୍) :ଭୁଶୁଡିଲା ନିର୍ମାଣାଧୀନ କୋଠା । ଏହି ଅଘଟଣାରେ ୩ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ୩ଜଣ ଶ୍ରମିକ ଆହତ ହୋଇଛନ୍ତି । ସମସ୍ତ ଆହତ ଶ୍ରମିକଙ୍କ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି । ସେଠାରେ ସେମାନଙ୍କ ଚିକିତ୍ସା ଜାରି ରହିଛି ।

ଖବର ଅନୁଯାୟୀ, ତାମିଲନାଡୁ ମଦୁରାଇର ପଶ୍ଚିମ ବାଦାମପୋକ୍କି ଏକ ୨ ମହଲା କୋଠାରେ ନିର୍ମାଣ କାମ ଜାରି ରହିଥିଲା । ଶ୍ରମିକମାନେ ଛାତ ଉପରେ ଲୁହା ଛଡ଼ରେ ସେଣ୍ଟ୍ରିଂ କାମ କରୁଥିଲେ , ହଠାତ୍‌ ସେଣ୍ଟ୍ରିଂ ଛାତ ଖସିପଡିଥିଲା । ଯାହାଫଳରେ କି କାମ କରୁଥିବା କିଛି ଶ୍ରମିକ ଚାପି ହୋଇଯାଇଥିଲେ । ସେପଟେ ଦୁର୍ଘଟଣା ସଂପର୍କରେ ଖବର ପାଇଁ ଅଗ୍ନିଶମ ବାହିନୀ ଓ ପୋଲିସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ ।

ଏହି ଅଘଟଣରେ ୩ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ୩ଜଣ ଆହତ ହୋଇଥିବା ଜଣାପଡିଛି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସେଠାରେ ସେମାନଙ୍କ ଚିକିତ୍ସା ଜାରି ରହିଛି ।

Leave a Reply

Your email address will not be published.