ବଜେଟ-୨୦୨୧-୨୨ : ରେଳବାଇ ପାଇଁ ୧.୧୦ ଲକ୍ଷ କୋଟି

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଲୋକସଭାରେ କେନ୍ଦ୍ର ବଜେଟ-୨୦୨୧-୨୨ ଉପସ୍ଥାପନ କରୁଛନ୍ତି। କରୋନା ଭଳି କଠିନ ପରିସ୍ଥିତିରେ ସେ ଏହି  ସାଧାରଣ ବଜେଟ ଉପସ୍ଥାପନ କରିଛନ୍ତି।

ଚଳିତ ବଜେଟରେ ରେଳବାଇ ପାଇଁ ୧.୧୦ ଲକ୍ଷ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ଇଷ୍ଟ-ୱେଷ୍ଟ ଓ ନର୍ଥ-ସାଉଥ କରିଡର ବିଷୟରେ ମଧ୍ୟ ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି। ଖଡ଼ଗପୁରରୁ ବିଜୟୱାଡ଼ା  ଇଷ୍ଟକୋଷ୍ଟ କରିଡର ହେବ ବୋଲି ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି। ରେଳ ଲାଇନ ବିଦ୍ୟୁତକରଣ କାର୍ଯ୍ୟ ୭୨% ପୂରଣ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଆଉ ୨୭ଟି ସହରରେ ୧୦୬୦ କି.ମି ମେଟ୍ରୋ ରେଳ ଲାଇନ ସଂପର୍କରେ ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି।

Leave a Reply

Your email address will not be published. Required fields are marked *