ବିଏସଏଫ କ୍ୟାମ୍ପ ରେ ବିଏସଏଫ ଯବାନଙ୍କ ଆତ୍ମହତ୍ୟା
ମାଲାକନଗିରି, (ଓଡିଶା ଟାଇମ୍) : ମାଲକାନଗିରି ଜିଲାର ଚିତ୍ରକୋଣ୍ଡା ବିଏସଏଫ କ୍ୟାମ୍ପ ରେ ଜଣେ ବିଏସଏଫ ଯବାନ ଆତ୍ମହତ୍ୟା କରିଥିବା ନେଇ ଆଜି ଜଣାପଡ଼ିଛି। ନିଜ ସର୍ଭିସ ରିଭଲଭରରେ ନିଜକୁ ଗୁଳି କରି ଯବାନ ଜଣଙ୍କ ଆତ୍ମହତ୍ୟା କରିଥିବା ବେଳେ ଦୀର୍ଘଦିନରୁ ସେ ମାନସିକ ଚାପରେ ଥିବା ସୂଚନା ମିଳିଛି । ପାରିବାରିକ କଳହରୁ ଏପରି ଘଟିଥିବା ଅନୁମାନ କରାଯାଉଛି ।
ଯବାନ ଜଣଙ୍କ ଘର ରାଜସ୍ଥାନ ହୋଇଥିବା ବେଳେ ତାଙ୍କ ନାମ ଶେଷ କର୍ଣ୍ଣ ବୋଲି ସୂଚନା ମିଳିଛି । ଯବାନ ଜଣଙ୍କ ଗତକିଛି ଦିନ ହେବ ମାନସିକ ଚାପରେ ଥିବା ତାଙ୍କ ସହଯୋଗୀ ମାନେ ମତ ରଖିଛନ୍ତି , ତେବେ ଏହାର କାରଣ ପାରିବାରିକ କଳହ ହୋଇଥାଏ ବୋଲି ଅନୁମାନ କରାଯାଉଛି ।