ଜଳେଶ୍ବରରୁ ଦେଢ କିଲୋରୁ ଅଧିକ ବ୍ରାଉନସୁଗାର ଜବତ

ଜଳେଶ୍ଵର, (ଓଡିଶା ଟାଇମ୍) :ବ୍ରାଉନ ସୁଗାର କାରବାରର ହବ୍ ପାଲଟିଛି ଜଳେଶ୍ବର ! ଜଳେଶ୍ବର ଥାନା ଅଞ୍ଚଳରୁ ଦେଢ କିଲୋରୁ ଅଧିକ ବ୍ରାଉନସୁଗାର ଜବତ ହୋଇଛି । ଭୁବନେଶ୍ବର STFର ୪ ଜଣିଆ ଟିମ୍ ଚଢାଉ କରି ଏହି ବ୍ରାଉନସୁଗାର ଜବତ କରିଛି । ଯାହାର ଆନୁମାନିକ ମୂଲ୍ୟ ଦେଢ କୋଟିରୁ ଅଧିକ ହେବ । ତେବେ ବ୍ରାଉନସୁଗାର ବେପାର କରିବା ଅଭିଯୋଗରେ ଜଣକୁ ଗିରଫ କରାଯାଇଛି ।

ସୂଚନାଯୋଗ୍ୟ ଯେ, ବ୍ରାଉନସୁଗାର କାରବାର ନେଇ ଖବର ପାଇବା ପରେ ଭୁବନେଶ୍ବର STF ଟିମ୍ ୨ ଦିନ ଧରି ଜଳେଶ୍ବର ଅଞ୍ଚଳରେ ଡେରା ପକାଇଥିଲା । ମଙ୍ଗଳବାର ସନ୍ଧ୍ୟାରେ STF ଟିମ୍ ଜଳେଶ୍ବର ଅଞ୍ଚଳରୁ ଜଣେ ବ୍ରାଉନ ସୁଗାର ମାଫିଆକୁ ଗିରଫ କରିବା ସହ ଦେଢ କିଲୋରୁ ଅଧିକ ବ୍ରାଉନସୁଗାର ଜବତ କରିଛି ।

Leave a Reply

Your email address will not be published. Required fields are marked *