ଖୋର୍ଦ୍ଧାରୁ ୩୨୦ ଗ୍ରାମ୍ର ବ୍ରାଉନ୍ସୁଗାର ଜବତ, ଜଣେ ଗିରଫ
ଖୁର୍ଦ୍ଧା, (ଓଡିଶା ଟାଇମ୍) :୩bro୨୦ ଗ୍ରାମ୍ର ବ୍ରାଉନ୍ସୁଗାର ଜବତ । ଏହାସହ ଜଣଙ୍କୁ ଗିରଫ କରିଛି ପୋଲିସ । ଖୋର୍ଦ୍ଧା ଜଙ୍କିଆ ଥାନା ପୋଲିସ ଓରବରସିଂହ ଗାଁରୁ ବ୍ରାଉନ୍ସୁଗାର ସହ ଜଣେ ବେପାରୀକୁ ଗିରଫ କରିଛି ।
ଖବର ଅନୁଯାୟୀ, ଜଙ୍କିଆ ପୁଲିସ ସୂତ୍ରରୁ ପ୍ରକାଶ ଯେ ଓରବରସିଂହ ଗ୍ରାମର ଅଶୋକ ବଳିଆରସିଂହଙ୍କ ପୁଅ ଅକ୍ଷୟ ବଳିଆରସିଂହ ଜିଲ୍ଲା ବାହାରୁ ବ୍ରାଉନ୍ସୁଗାର ଆଣି ପଞ୍ଚାୟତ ସମେତ ନିକଟସ୍ଥ ଅଞ୍ଚଳର ଛୋଟ ଛୋଟ ବ୍ୟବସାୟୀଙ୍କୁ ଯୋଗାଉଥିବା ନେଇ ପୁଲିସକୁ ସୂଚନା ମିଳିଥିଲା । ଏଥିରେ ଅକ୍ଷୟକୁ ତା’ ମା’ ମଧ୍ୟ ସହଯୋଗ କରୁଥିଲେ। ତେଣୁ ପୁଲିସ୍ ଅକ୍ଷୟ ଉପରେ ନଜର ରଖିଥିଲା।
ଏସଟିଏଫ୍କୁ ଠୋସ୍ ସୂଚନା ମିଳିଥିଲା ଯେ ଅକ୍ଷୟ ବେପାର ପାଇଁ ଜିଲ୍ଲା ବାହାରୁ ବ୍ରାଉନ୍ସୁଗାର ନେଇ ଗାଁକୁ ଆସୁଛି। ଏହି ସୂଚନା ଆଧାରରେ ଏସ୍ଟିଏଫ୍ ଟିମ୍ ଓ ଜଙ୍କିଆ ପୁଲିସ ଆଜି ଗାଁ ମୁଣ୍ଡରୁ ଅକ୍ଷୟକୁ ଗିରଫ କରିବା ସହ ବ୍ରାଉନ୍ସୁଗାର ଜବତ କରିଥିଲେ। ଗତକାଲି ରାତି ପ୍ରାୟ ୯ଟା ବେଳେ ଜଙ୍କିଆ ଥାନା ପୋଲିସ ସ୍ଥାନୀୟ ଓରବରସିଂହ ଗାଁରୁ ଜଣେ ବ୍ରାଉନ୍ସୁଗାର ବେପାରୀକୁ ଗିରଫ କରିବା ସହ ତାଙ୍କଠାରୁ ୩୨୦ ଗ୍ରାମ ଓଜନର ବ୍ରାଉନ୍ସୁଗାର ସହ ୮୦ ଗ୍ରାମ ଓଜନର ସୁନା ଅଳଙ୍କାର ଜବତ କରିଛି ।