୩ କୋଟିରୁ ଅଧିକ ଟଙ୍କାର ଧଳା ଜହର ଜବତ
ଭୁବନେଶ୍ବର, (ଓଡିଶା ଟାଇମ୍) : ଏସଟିଏଫ ଜାଲରେ ଡ୍ରଗ୍ସ ମାଫିଆ । ଆଜି ମୟୁରଭଞ୍ଜରୁ ୩.୨୮ କେଜିର ବ୍ରାଉନ ସୁଗାର ଜବତ ହୋଇଛି । ଜବତ କରାଯାଇଥିବା ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ପାଖାପାଖି ସାଢ଼େ ୩ କୋଟି ହେବ ବୋଲି ସୂଚନା ମିଳିଛି । ଏହି ମାମଲାରେ ଜଣକୁ ଅଟକ ରଖି ଏସଟିଏଫ ପଚରାଉଚରା କରୁଛି । ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି ଡିଜିପି ଅଭୟ । ଗିରଫ ବ୍ୟକ୍ତି ଜଣଙ୍କ ହେଲେ ସେଖ ଆସିକ ।
ତେବେ ଚଳିତ ବର୍ଷ ୧୫ କେଜି ୬୪୮ ଗ୍ରାମ ବ୍ରାଉନସୁଗାର ଜବତ ହେଲାଣି । ମୋଟ ୪୦ ଜଣ ଗିରଫ ହେଲେଣି । ୨୦୧୩ରୁ ୨୦୧୯ ମଧ୍ୟରେ ୭ କେଜି ୨୩୬ ଗ୍ରାମ ଧଳାଜହର ଜବତ ହୋଇଥିଲା । ଚଳିତ ବର୍ଷ ସର୍ବାଧିକ ବ୍ରାଉନସୁଗାର ଜବତ ହୋଇଛି । ଗୁଇନ୍ଦା ବିଭାଗର ରିପୋର୍ଟ ଆଧାରରେ ଏହି ଚଢାଉ ହୋଇଥିଲା ବୋଲି କ୍ରାଇମବ୍ରାଞ୍ଚ ଏଡ଼ିଜି ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି ।