ଆଜିଠାରୁ ବ୍ରହ୍ମପୁର ସହରର ସୀମା ସିଲ୍‌

ଭୁବନେଶ୍ବର, (ଓଡିଶା ଟାଇମ୍) : ଆଜି ଠାରୁ ବ୍ରହ୍ମପୁର ସୀମା ସିଲ୍ ।  ସହରକୁ କେହି ପ୍ରବେଶ କରିପାରିବେ ନାହିଁ କି ସହର ବାହାରକୁ କେହି ଯାଇ ପାରିବେ ନାହିଁ ।  ଏନେଇ ବ୍ରହ୍ମପୁର ମହାନଗର ନିଗମର କମିଶନର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ସକାଳ ୫ଟା ଠାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବ।  ତେବେ ସହର ଭିତରେ ଯାନ ବାହାନ ଚଳାଚଳ ଉପରେ କଟକଣା ଲାଗୁ କରାଯାଇଛି ।

ବିଭିନ୍ନ ପର୍ଯ୍ୟାୟରେ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲିବାକୁ ଅନୁମତି ଦିଆଯିବ। ସକାଳ ୫ଟାରୁ ୧୦ଟା ଯାଏ ପନିପରିବା ଓ ଫଳ ଦୋକାନ, ଦିନ ୧୧ଟାରୁ ୪ଟା ଯାଏ  ତେଜରାତି ଓ ଅତ୍ୟାବଶ୍ୟକ ଦୋକାନ ଖୋଲା ରହିବ। ସେହିପରି ସକାଳ ୫ରୁ ଦିନ ୪ଟା ଯାଏ ଖୋଲିବ ବୈଦ୍ୟୁତିକ ଓ ଘରୋଇ ସାମଗ୍ରୀ ଦୋକାନ । କେବଳ ଔଷଧ ଦୋକାନ୨୪ ଘଣ୍ଟା ଯାକ ଖୋଲିଯାଇପାରିବ ।

ଏହାସହ କେବଳ ଜରୁରୀ କାର୍ଯ୍ୟରେ ଗାଡ଼ି ବ୍ୟବହାର କରାଯାଇ ପାରିବ । ସର୍ବାଧିକ ପ୍ରଭାବିତ ୧୦ଟି ୱାର୍ଡରେ କେବଳ ମାଲ ପରିବହନ ଗାଡ଼ି ଚାଲିବ । ତେଣୁ ସହରରେ ୨ ଡିଏସ୍‌ପି ଓ ୧୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ। ଜରୁରୀ ନଥାଇ ବୁଲିଲେ ଗାଡ଼ି ଜବତ କରାଯିବା ସହ ଜୋରିମାନା  ମଧ୍ୟ ଆଦାୟ କରାଯିବ ବୋଲି ସୂଚନା ରହିଛି ।

Leave a Reply

Your email address will not be published.