ରାଜ୍ୟରେ ଆଜି ଆଉ ୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ
ଭୁବନେଶ୍ବର, (ଓଡିଶା ଟାଇମ୍) : ଓଡିଶାରେ କରୋନା ନେଲା ଆଉ ୪ ଜଣଙ୍କ ଜୀବନ। ଏହି ୪ ଜଣଙ୍କୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୮୩ କୁ ବୃଦ୍ଧି ପାଇଛି। ଏଥିସହିତ ଓଡିଶାରେ କରୋନ ଆକ୍ରାନ୍ତଙ୍କ ସଂଖ୍ୟା ୧୬ହଜାର ୧୧୦କୁ ବୃଦ୍ଧି ପାଇଛି। ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଟ୍ବିଟ୍ ସୂଚନା ଦିଆଯାଇଛି। ୪ ମୃତକଙ୍କ ମଧ୍ୟରୁ ଗଞ୍ଜାମରୁ ୨ଜଣ, ଗଜପତିରୁ ଜଣେ ଓ ଅନୁଗୁଳରୁ ଜଣଙ୍କର ମୃତ୍ୟୁ ଘଟିଛି।
ଗଞ୍ଜାମରେ ମୃତ୍ୟୁ ଘଟିଥିବା ଆକ୍ରାନ୍ତ ଦୁଇଜଣଙ୍କ ବୟସ ଯଥାକ୍ରମେ ୫୬ ଓ ୬୦ବର୍ଷ ବୃଦ୍ଧ । ଜଣେ ଡାଇବେଟିସ ରୋଗରେ ପୀଡ଼ିତ ଥିବା ବେଳେ ଅନ୍ୟଜଣେ କିଡ଼ନୀ ଜନିତ ରୋଗରେ ପୀଡ଼ିତ ଥିଲେ । ଅନୁଗୁଳରେ ମୃତ୍ୟୁ ହୋଇଥିବା ୬୬ ବର୍ଷୀୟ ବୃଦ୍ଧ ଆକ୍ରାନ୍ତ ଜଣକ ନ୍ୟୁରୋଏନଡ଼ୋକ୍ରାଇନ ଟ୍ୟୁମରରେ ପୀଡ଼ିତ ଥିଲେ । ସେହିପରି ଗଜପତିରେ ୫୬ବର୍ଷୀୟ ବୃଦ୍ଧଙ୍କର ମୃତ୍ୟୁ ଘଟିଛି । ସେ ଡାଇବେଟିସ ଓ ହୃଦଜନିତ ରୋଗରେ ପୀଡ଼ିତ ଥିଲେ ।