ଭଞ୍ଜନଗର ଥାନା ଅଞ୍ଚଳରେ ବୋମାମାଡ଼: ଜଣେ ମୃତ, ୩ ଗୁରୁତର

ଭଞ୍ଜନଗର, (ଓଡିଶା ଟାଇମ୍) :ଭଞ୍ଜନଗର ଥାନା ଅନ୍ତର୍ଗତ ଦଦରଲୁଣ୍ଡା ଗ୍ରାମରେ ବୋମା ମାଡ଼ରେ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି। ପ୍ରାପ୍ତ ସୂଚନା ଅନୁଯାୟୀ, ଗତକାଲି ରାତି ୯ ଟା ସମୟରେ ବୋମା ମାଡ଼ ହୋଇଥିଲା। ଏଥିରେ ଦଦରଲୁଣ୍ଡା ଗ୍ରାମର ଦିଲୀପ ଗୌଡ଼ଙ୍କର ପୁଅ କୃଷ୍ଣ ଗୌଡ଼ ଗୁରୁତର ଭାବେ ଆହତ ହୋଇ ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। କିନ୍ତୁ ଗତକାଲି ରାତି ପ୍ରାୟ ୧୨ଟା ବେଳେ ଡାକ୍ତରଖାନାରେ ମୃତ୍ୟୁ ଘଟିଥିବା ଜଣାଯାଇଛି। ଏଥିରେ ୩ଜଣ ଗୁରୁତର ହୋଇଥିବା ଜଣାଯାଇଛି। ବୋମା ମାଡ଼ର ପ୍ରକୃତ କାରଣ ଜଣାପଡ଼ି ନାହିଁ।

ଦୁଇ ଗୋଷ୍ଠୀ ମଧ୍ୟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏଭଳି ଘଟିଥିବା କୁହାଯାଉଛି। ଗତକାଲି ଉଭୟ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିବା ବେଳେ ଗତକାଲି ପୁଣି ସନ୍ଧ୍ୟା ସମୟରେ ଦୁଇ ଗୋଷ୍ଠୀର ଯୁବକଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏହାପରେ ଗୋଷ୍ଠୀ ସଂର୍ଘଷର ସୁତ୍ରପାତ ହୋଇଥିଲା। ଏହି ଗଣ୍ଡଗୋଳ ମଧ୍ୟରେ ବୋମା ମାଡ଼ ଘଟିଥିବା କୁହାଯାଉଛି।

Leave a Reply

Your email address will not be published. Required fields are marked *