ଆଜି ବମ୍ବେ ହାଇକୋର୍ଟରେ ରେହା ଚକ୍ରବର୍ତ୍ତୀଙ୍କ ଜାମିନ ଆବେଦନ ଶୁଣାଣି

ମୁମ୍ବାଇ, (ଓଡିଶା ଟାଇମ୍) :ବମ୍ବେ ହାଇକୋର୍ଟ ଆଜି ରେହା ଚକ୍ରବର୍ତ୍ତୀଙ୍କ ଦ୍ଵାର ଦାଖଲ ହୋଇଥିବା ଜାମିନର ଶୁଣାଣି କରିବେ। ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ସହ ଜଡିତ ଡ୍ରଗ୍ସ ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ରେହାଙ୍କୁ ଗିରଫ କରିଛି। ଜାମିନ ପାଇଁ ଚକ୍ରବର୍ତ୍ତୀଙ୍କ ଆବେଦନକୁ କୋର୍ଟ ପ୍ରଥମେ ପ୍ରତ୍ୟାଖ୍ୟାନ କରିଥିଲେ ଏବଂ ତାଙ୍କୁ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଇ ଦିଆଯାଇଥିଲା। ପରେ ସେହି ହେପାଜତକୁ ଅକ୍ଟୋବର ୬ ପର‌୍ୟ୍ୟନ୍ତ ବୃଦ୍ଧି କରାଯାଇଥିଲା।

ରେହା ଚକ୍ରବର୍ତ୍ତୀଙ୍କ ଓକିଲ ସତୀଶ ମନେଶିନ୍ଦେ କହିଛନ୍ତି ଯେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଏନଡିପିଏସ ଅଧୀନରେ ଦାଖଲ ହୋଇଥିବା କେସ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)କୁ ସ୍ଥାନାନ୍ତରିତ ହେବା ଉଚିତ। ସେ କହିଛନ୍ତି ଯେ ରାଜପୁତଙ୍କ ମୃତ୍ୟୁ ଘଟଣାର ତଦନ୍ତ ପାଇଁ କେନ୍ଦ୍ର ସରକାର ସିବିଆଇକୁ କ୍ଷମତା ଦେଇଛନ୍ତି। ତେଣୁ ଏନସିବିର କୌଣସି ଅଧିକାର ନାହିଁ। ସୂଚନାଅନୁସାରେ, ସେପ୍ଟେମ୍ବର ମାସ ୯ ତାରିଖରେ ରେହା ଚକ୍ରବର୍ତ୍ତୀଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଗିରଫ କରିଥିଲା।

Leave a Reply

Your email address will not be published.