ବଲିଉଡ ଗୀତରେ ଦେଶଭକ୍ତିର ଛୁଙ୍କ
ଭୁବନେଶ୍ୱର, (ଓଡିଶା ଟାଇମ୍): ସାରା ଦେଶରେ ଆଜି ୭୪ତମ ସ୍ୱାଧୀନତା ଦିବସ ପାଳନ କରାଯାଉଅଛି । ୧୯୪୭ ମସିହା ଆଜିର ଦିନରେ ଦେଶକୁ ସ୍ୱାଧୀନତା ମିଳିଥିବା ବେଳେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ୍ ନେହେରୁ ଲଲ୍ କିଲ୍ଲାରେ ତ୍ରିରଙ୍ଗା ଉଡାଇଥିଲେ ।
ସ୍ୱାଧୀନତା ଦିବସ ଅବସରରେ ଜାଣନ୍ତୁ କିଛି ଗୀତ ସମ୍ପର୍କରେ ଯାହା ଶୁଣିଲେ ହୃଦୟରେ ଦେଶଭକ୍ତି ଜାଗ୍ରତ ହେବା ସଙ୍ଗେସଙ୍ଗେ ଗର୍ବ ଅନୁଭବ ହୋଇଥାଏ ।
ତେରି ମିଟି- ବଲିଉଡ ଆକ୍ଟର ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ ‘କେସରୀ’ରେ ତେରି ମିଟି ନାମକ ଏକ ଦେଶ ଭକ୍ତି ଗୀତ ରହିଛି । ଯାହାକୁ ଶୁଣିଲେ ଆପଣଙ୍କ ମନରେ ଏକ ଜୋଶ ଉଙ୍କି ମାରିବ । ଫିଲ୍ମଟି ୧୮୯୭ ମସିହା ସାରାଗଢି ଯୁଦ୍ଧ ଉପରେ ଆଧାରିତ ।
ଏ ମେରେ ବତନ କେ ଲୋଗୋଁ- ଭାରତର କୋକିଳ କଣ୍ଠୀ ଲତା ମଙ୍ଗେସକର ଏହି ଗୀତ ଗାଇଥିଲେ । ଯାହାକୁ ଶୁଣିଲେ କ୍ୱଚିତ କେହି ବ୍ୟକ୍ତି ହୋଇଥିବେ, ଯାହାଙ୍କର ଆଖି ଓଦା ନହେବ । ଲତାଙ୍କ ସୁମଧୁର ସ୍ୱରରେ ଏହି ଗୀତ ଆପଣଙ୍କ ହୃଦୟରେ ଦେଶ ଭକ୍ତିର ଭାବନା ଜାଗ୍ରତ କରିବାରେ ସଫଳ ହୋଇଥାଏ ।
ମେରା ରଙ୍ଗ ଦେ ବସନ୍ତି ଚୋଲା- ଅଜୟ ଦେବଗନଙ୍କ ଫିଲ୍ମ ‘ଦ ଲିଜେଣ୍ଡ ଅଫ୍ ଭଗତ ସିଂହ’ର ଏହି ଗୀତ ଖୁବ୍ ଲୋକପ୍ରିୟ ହୋଇଥିଲା । ସୋନୁ ନିଗମ ଗାଇଥିବା ଏହି ଗୀତରେ ଦେଶଭକ୍ତିର ଛୁଙ୍କ ଦେଖିବାକୁ ମିଳିଥାଏ ।
ମା ତୁଝେ ସଲାମ- ଏଆର.ରେହମାନଙ୍କ ସୁମଧୁର ସ୍ୱରରେ ‘ମା ତୁଝେ ସଲାମ’ ଗୀତଟି ଆଜିବି ଲୋକଙ୍କ ହୃଦୟରେ ଉଜିବିତ ରହିଛି । ଏହି ଗୀତରେ ଦେଶ ପ୍ରତି ଭଲ ପାଇବା ସହ ସମ୍ମାନ ମଧ୍ୟ ଦେଖିବାକୁ ମିଳିଥାଏ ।
ସନ୍ଦେଶେ ଆତେ ହେଁ- ବର୍ଡର ଫିଲ୍ମର ଏହି ଲୋକପ୍ରିୟ ଗୀତଟିରେ ଦେଶଭକ୍ତି ଭରି ରହିଛି । ଏହି ଗୀତରୁ ଯବାନ ମାନଙ୍କ ଭାବନା, ଭଲ ପାଇବା, ପରିବାର ଠାରୁ ଦୂରେଇ ରହିବାର କୋହ ଓ ଦେଶ ପ୍ରତି ଅଗାଢ ପ୍ରେମ ଥିବା ବାରି ହୁଏ ।
ମେରେ ଦେଶ କି ଧରତି- ମନୋଜ କୁମାରଙ୍କ ଫିଲ୍ମ ‘ଉପକାର’ର ଏହି ଗୀତ ଦେଶଭକ୍ତି ଭାବନା ସହ ଓତପ୍ରୋତ ଭାବେ ଜଡିତ । ଏହି ଗୀତଟି ଏତେ ଲୋକପ୍ରିୟ ହୋଇପାରିଥିଲା ଯେ ଆଜିବି ବିଭିନ୍ନ ମଞ୍ଚରେ ଏହି ଗୀତ ଶୁଣିବାକୁ ମିଳିଥାଏ ।