ଶ୍ରୀଜୀଉଙ୍କ ଦର୍ଶନ କଲେ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ

ପୁରୀ, (ଓଡିଶା ଟାଇମ୍) : ହିନ୍ଦୀ ଚଳଚ୍ଚିତ୍ର ଜଗତର ଚର୍ଚ୍ଚିତ ଅଭିନେତ୍ରୀ କଙ୍ଗନା ରାଣାୱତ ଆଜି ସକାଳେ ଶ୍ରୀଜୀଉଙ୍କ ଦର୍ଶନ କରିଛନ୍ତି। ଗତ ରାତିରେ ସେ ପୁରୀରେ ପହଞ୍ଚିଥିଲେ। ଆଜି ସକାଳେ ସେ ଶ୍ରୀଜଗନ୍ନାଥ ମନ୍ଦିରକୁ ଯାଇ ଦାରୁବ୍ରହ୍ମଙ୍କୁ ଦର୍ଶନ କରିବା ସହ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ବୁଲି ଦେଖିଛନ୍ତି। ସମୁଦ୍ରକୂଳ ନିକଟସ୍ଥ ଏକ ଘରୋଇ ତାରକା ହୋଟେଲରୁ ତାଙ୍କୁ ସମ୍ପୂର୍ଣ୍ଣ ସୁରକ୍ଷା ସହ ଶ୍ରୀମନ୍ଦିରକୁ ନିଆଯାଇଥିଲା। ସିଆରପିଏଫ ପକ୍ଷରୁ ୱାଇ ବର୍ଗର ସୁରକ୍ଷା ସହ ଓଡିଶା ପୁଲିସ ପକ୍ଷରୁ ତାଙ୍କୁ କର୍ଡନ କରାଯାଇ ଶ୍ରୀମନ୍ଦିରକୁ ନିଆଯାଇଥିଲା।

ସେଠାରେ କଙ୍ଗନାଙ୍କୁ ମନ୍ଦିର ପ୍ରଶାସନ ଓ ସେବାୟତମାନେ ସ୍ୱାଗତ କରିଥିଲେ। ସେଠାରେ ଉପସ୍ଥିତ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ସେ ବହୁ ପୂର୍ବରୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ଲାଭ କରିବା ପାଇଁ ଚାହୁଁଥିଲେ ଯାହା ଆଜି ପୁରାଣ ହୋଇଛି। ଏହି ଅବସରରେ ମହାପ୍ରଭୁଙ୍କ ସୁନାବେଶ ଫଟୋ ଚିତ୍ର ତାଙ୍କୁ ଉପହାର ଦିଆଯାଇଥିଲା ଓ ସେ ସେହି ଫଟୋକୁ ହାତରେ ଧରି ଫଟୋ ଉଠାଇଥିଲେ। ସେ ଆଜି ମୁମ୍ବାଇ ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛି।

Leave a Reply

Your email address will not be published. Required fields are marked *