ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଗିରଫ ଦାବିରେ ଆଜି ବଲାଙ୍ଗିର ବନ୍ଦ

ବଲାଙ୍ଗିର, (ଓଡିଶା ଟାଇମ୍): କଳାହାଣ୍ଡି ମହାଲିଙ୍ଗ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ପ୍ରତିବାଦରେ ଆଜି ବଲାଙ୍ଗିର ବନ୍ଦ ଡାକରା ଦିଆଯାଇଛି। ବିଜେପି ପକ୍ଷରୁ ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ୧୨ ଘଣ୍ଟିଆ ବଲାଙ୍ଗିର ବନ୍ଦ ଡାକରା ଦିଆଯାଇଛି । ଆଜି ସକାଳୁ ସକାଳୁ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି।  ଏହା ପ୍ରଭାବରେ ସହରରେ ଗାଡି ଚଳାଚଳ ଏବଂ ଦୋକାନ ବଜାର ସବୁ ବନ୍ଦ ରହିଛି ।

ତେବେ ସକାଳୁ ସକାଳୁ ବଲାଙ୍ଗିରରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ବସ ଚଳାଚଳ ଠପ ହୋଇଛି ,ପେଟ୍ରୋଲ ପମ୍ପ , ପୋଷ୍ଟଅଫିସ ସବୁ ବନ୍ଦ ରହିଛି। ସେପଟେ ସକାଳ ୭ ଟାରୁ ପିକେଟିଂ ଆରମ୍ଭ କରାଯିବା ସହ ଵିଭିନ୍ନ ସ୍ଥାନରେ ବୁଲି ବନ୍ଦ କରିବେ ବୋଲି ସୂଚନା ଦେଇଛି ଜିଲ୍ଲା ବିଜେପି। ତେବେ ଏ ଘଟଣାରେ ଆଉ କାହାର ସମ୍ପୃକ୍ତି ଅଛି। ଗୋବିନ୍ଦ କେବଳ ନା ଆଉ କିଏ ହତ୍ୟା କାଣ୍ଡରେ ସାମିଲ ଅଛନ୍ତି। ଏହା ପଛରେ କିଛି ବଡ଼ବଡ଼ିଆଙ୍କ ହାତ ରହିଛି କି ? ଏଭଳି ଗୁଡାଏ ପ୍ରଶ୍ନ ର ଉତ୍ତର ଖୋଜି ବାହାର କରିବା ପାଇଁ ଦାବି କରାଯିବା ସହ ବନ୍ଦ ଡାକରା ଦେଇଛି ବିଜେପି l

 

Leave a Reply

Your email address will not be published.