ଭିଜିଲାନ୍ସ ଜାଲରେ ବଲାଙ୍ଗୀର ଜିଲ୍ଲା କୃଷି ଅଧିକାରୀ
ବଲାଙ୍ଗୀର, (ଓଡିଶା ଟାଇମ୍): ଭିଜିଲାନ୍ସ ଜାଲରେ ଜିଲ୍ଲା କୃଷି ଅଧିକାରୀ । ବଲାଙ୍ଗୀର ଜିଲ୍ଲା କୃଷି ଅଧିକାରୀ ହିମାଂଶୁ ଶେଖର ପାଢ଼ୀ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଛନ୍ତି । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ହିମାଂଶୁଙ୍କୁ କାବୁ କରିଛି ବଲାଙ୍ଗିର ଭିଜିଲାନ୍ସ । ପିଓଏସ୍ ମେସିନ୍ ପାଇଁ ଲୋଇସିଙ୍ଘା ବ୍ଲକ୍ ପଣକିଡାଲର ଦୁର୍ଯ୍ୟୋଧନ ବାରିକଙ୍କଠାରୁ ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଏ ନେଇ ଅଧିକ ଖୋଳତାଡ ଜାରି ରଖିଛି ବଲାଙ୍ଗୀର ଭିଜିଲାନ୍ସ । ଅଧିକ ତଦନ୍ତ ପରେ ଘଟଣା ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିବ ।











