ପାଣି ଭିତରୁ ମିଳିଲା ଦୁର୍ଘଟଣାଗ୍ରସ୍ତ ବିମାନର ଭଗ୍ନାବଶେଷ ଓ ଯାତ୍ରୀଙ୍କ ଅଙ୍ଗ
ଜାକର୍ତ୍ତା, (ଓଡିଶା ଟାଇମ୍) : ଇଣ୍ଡୋନେସିଆରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଯାତ୍ରୀବାହୀ ବିମାନର ଭଗ୍ନାବଶେଷ ଓ ଯାତ୍ରୀଙ୍କ ଶରୀରର ବିଭିନ୍ନ ଅଙ୍ଗ ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତା ନିକଟରୁ ଠାବ କରାଯାଇଛି। ରବିବାର ଦିନ ପାଣିରୁ ଏସବୁକୁ ଠାବ କରାଯାଇଛି।