ପୋଲ ତଳୁ ମିଳିଲା ଯବାନଙ୍କ ମୃତଦେହ

ଭବାନୀପାଟଣା, (ଓଡିଶା ଟାଇମ୍) : ଜୁନାଗଡ଼ ଥାନା ଅନ୍ତର୍ଗତ ନାନ୍ଦୋଳ – କେନ୍ଦୁପାଟି ରାସ୍ତା ମଧ୍ୟରେ ଥିବା ଏକ ପୋଲ ତଳୁ ଶନିବାର ଜଣେ ଆଇଆରବି ଯବାନଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ମୃତ ଦେହ ନିକଟରେ ଏକ ବାଇକ୍ ଥିବା ଦେଖାଯାଇଛି। ମୃତ ଯବାନ ଜଣଙ୍କ ଗୋଳମୁଣ୍ଡା ଅଞ୍ଚଳର ବିଶ୍ଵଜିତ ମଙ୍ଗରାଜ। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।

ବିଶ୍ଵଜିତ ଜାରିଂ ସ୍ଥିତ ଆଇଆରବି କ୍ୟାମ୍ପରେ ମୁତୟନ ହୋଇଥିଲେ। ଗତକାଲି ଛୁଟି ନେଇ ସନ୍ଧ୍ୟାରେ ସେ ନିଜ ଗାଁ ଗୋଳାମୁଣ୍ଡାକୁ ଫେରୁଥିବା ସମୟରେ ପୋଲ ତଳେ ପଡିଯାଇଥିଲେ ବୋଲି ସୂଚନା ମିଳିଛି। ସ୍ଥାନୀୟ ଲୋକେ ଆଜି ସକାଳେ ମୃତଦେହ ଦେଖି ପୁଲିସ୍‌କୁ ଖବର ଦେଇଥିଲେ। ଜୁନାଗଡ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ‌ ଆରମ୍ଭ କରିଛି। ମୃତଦେହ ନିକଟରେ ଏକ ପଲ୍‌ସର୍‌ ବାଇକ୍‌ ପଡ଼ିଥିଲା। ତେବେ ଯବାନଙ୍କ ମୃତ୍ୟୁ କାରଣ କ’ଣ, ସେ ସମ୍ପର୍କରେ କିଛି ଜଣାପଡ଼ିନାହିଁ।

Leave a Reply

Your email address will not be published. Required fields are marked *