ବିଏମସି କାର୍ଯ୍ୟାଳୟରେ ଜନସାଧାରଣ ପ୍ରବେଶ ଉପରେ ଜାରି ହେଲା କଟକଣା

ଭୁବନେଶ୍ବର, (ଓଡିଶା ଟାଇମ୍) : ବିଏମ୍‌ସି କାର୍ଯ୍ୟାଳୟରେ ଲୋକଙ୍କ ପ୍ରବେଶ ଉପରେ କଟକଣା। ବିଏମ୍‌ସି ପକ୍ଷରୁ ଲଗାଗଲା କଟକଣା। ରାଜଧାନୀରେ ସ୍ଥାନୀୟ ସଂକ୍ରମଣ ବୃଦ୍ଧିକୁ ଦେଖି ବିଏମ୍‌ସିର ନିଷ୍ପତ୍ତି। ଆଜିଠୁ କଡାକଡି ହେବ ଏନ୍‌ଫୋର୍ସମେଣ୍ଟ। ସାମାଜିକ ଦୂରତା ଓ ମାସ୍କ ପିନ୍ଧିବା ଉପରେ ଗୁରୁତ୍ବ ଦିଆଯାଇଛି। ନିୟମ ଭାଙ୍ଗୁଥିବା ଲୋକଙ୍କ ଉପରେ ହେବ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ।

ସୂଚନାଅନୁସାରେ, ରାଜଧାନୀରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ସ୍ଥାନୀୟ ସଂକ୍ରମଣ । ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ ପକ୍ଷରୁ ବିଏମସି କାର୍ଯ୍ୟାଳୟରେ ଜନସାଧାରଣଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି ।

ଏ ସମ୍ପର୍କରେ ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି । ଏହା ସହ ରାଜଧାନୀ ଭୁବନେଶ୍ୱରରେ ବସ୍ତି ଅଞ୍ଚଳରେ କରୋନା ବ୍ୟାପୁଥିବାରୁ ବର୍ତ୍ତମାନ ରାଜଧାନୀର ବସ୍ତି ଅଞ୍ଚଳକୁ ସ୍ୱତନ୍ତ୍ର ଗୁରୁତ୍ୱ ପ୍ରଦାନ କରାଯାଉଛି । ଏହା ରାଜଧାନୀରେ ମାସ୍କ ଓ ସାମାଜିକ ଦୂରତା ନିୟମକୁ କଡାକଡି ପାଳନ କରିବା ନେଇ ମଧ୍ୟ ସ୍ୱାର୍ଡ ସଂଖ୍ୟାରେ ବୃଦ୍ଧି କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।

Leave a Reply

Your email address will not be published.