ଭୁବନେଶ୍ଵର କୋର୍ଟରେ କୋଭିଡ୍‌ ଭୟ: ୩ ଦିନ ପାଇଁ ସିଲ୍‌ କଲା ବିଏମ୍‌ସି

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଆସନ୍ତା ତିନି ଦିନ ପାଇଁ ଭୁବନେଶ୍ଵରରେ ଥିବା ଜୁଡିସିଆଲ୍‌ କମ୍ପ୍ଲେକ୍ସ ବନ୍ଦ ରହିବ। ବଢ଼ୁଥିବା କୋଭିଡ୍‌ ସଂକ୍ରମଣକୁ ନିୟନ୍ତ୍ରଣ କରିବା ଲାଗି ବିଏମ୍‌ସି ପକ୍ଷରୁ ଏହି ଘୋଷଣା କରାଯାଇଛି। ଏହିକ୍ରମରେ ଖୋର୍ଦ୍ଧା ଜିଲ୍ଲା କୋର୍ଟ ସମେତ, ଦେବୋତ୍ତର କମିଶନ ଏବଂ ବାର୍‌ ଆସୋସିଏସନ୍‌ କାର୍ଯ୍ୟାଳୟକୁ ସିଲ୍‌ କରାଯାଇଛି। ୨୬ ତାରିଖ ଯାଏ ଏହିଠାରେ ଆବଶ୍ୟକ ପ୍ରତିରୋଧକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଭୁବନେଶ୍ଵର ମ୍ୟୁନିସିପାଲିଟି ପକ୍ଷରୁ ସୂଚନା ମିଳିଛି।

୨୭ ତାରିଖ ଦିନ ଏକ ସ୍ଵତନ୍ତ୍ର ଶିବିରରେ ହାଉସ୍‌କିପିଂ ଷ୍ଟାଫ୍‌ଙ୍କ ଆର୍‌ଟିପିସିଆର୍‌ କୋଭିଡ୍‌ ଟେଷ୍ଟ ହେଲା ପରେ ସେମାନଙ୍କୁ କାର୍ଯ୍ୟ ପାଇଁ ଅନୁମତି ମିଳିବ।

ଗତ କିଛିଦିନ ଧରି ଏହିସ୍ଥାନରେ କୋଭିଡ୍‌ ପଜିଟିଭ୍‌ଙ୍କୁ ଚିହ୍ନଟ କରାଯାଉଛି। ଏହା ଦିନକୁ ଦିନ ବଢ଼ୁଥିବାରୁ ବିଏମ୍‌ସି  ଏହି ପଦକ୍ଷେପ ନେଇଛି। ଏଥିନେଇ ଆବଶ୍ୟକ ସୂଚନା ମଧ୍ୟ କୋର୍ଟ ଅଧିକାରୀଙ୍କୁ ପ୍ରଦାନ କରାଯାଇଛି।

ସିଲ୍‌ କରାଯିବା ପରେ ବିଏମ୍‌ସି ଏହି କୋର୍ଟ ପରିସରକୁ ସାନିଟାଇଜ୍‌ କରିବ। ଏଣୁ ମ୍ୟୁନିସିପାଲିଟିର ଅଧିକୃତ ଅଧିକାରୀଙ୍କ ଛଡ଼ା ଆଉ କାହାକୁ ଏହି ପରିସରକୁ ଛଡ଼ାଯିବ ନାହିଁ।

Leave a Reply

Your email address will not be published.