ବିଏମସିର କରୋନା ମୁକାବିଲା ଅଭିଯାନ : ଘର ଘର ବୁଲିବେ ଭଲ୍ୟୁଣ୍ଟିୟର, ବାଣ୍ଟିବେ କିଟ୍

ଭୁବନେଶ୍ବର, (ଓଡିଶା ଟାଇମ୍) : ଭୁବନେଶ୍ୱରରେ କରୋନା ସଚେତନତା ଲାଗି ନିୟୋଜିତ ହେବେ ବାଇଶି ଶହରୁ ଅଧିକ ଭଲ୍ୟୁଣ୍ଟିୟର ବା ସ୍ୱେଚ୍ଛାସେବୀ ଏବଂ ମେଣ୍ଟର । ପ୍ରତି ୱାର୍ଡ଼ରେ ୨୫ ସ୍ୱେଚ୍ଛାସେବୀ ଏବଂ ତାଙ୍କୁ ଗାଇଡ଼ କରିବାକୁ ୫ ଜଣ ମେଣ୍ଟରଙ୍କୁ ଦାୟିତ୍ୱ ଦିଆଯାଇଛି । ଏହାକୁ ପରିଚାଳନା କରିବା ପାଇଁ ବିଏମସି ଏକ କମିଟି ଗଠନ କରିଛି । କମିଟିରେ ତିନୋଟି ଜୋନାଲ୍ ଡ଼େପୁଟି କମିଶନର ଦାୟିତ୍ବରେ ରହିବେ । ଲୋକଙ୍କୁ କେମିତି ସାମାଜିକ ଦୁରତ୍ୱରେ ବିଷୟରେ ବୁଝାଇବେ ତାକୁ ନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଛି ।

ଯେଉଁ ସ୍ୱେଚ୍ଛାସେବୀମାନେ ଲୋକଙ୍କ ଗହଣକୁ ଯାଇ ସାମାଜିକ ଦୁରତ୍ୱ କଥା ବୁଝାଇବେ, ମାସ୍କ ବାଣ୍ଟିବେ ସେମାନଙ୍କୁ ମଙ୍ଗଳବାର ବିଏମସି ସହିଦ ନଗର କଲ୍ୟାଣ ମଣ୍ଡପରେ ଟ୍ରେନିଂ ଦିଆଯାଇଛି । ପ୍ରତ୍ୟେକ ୱ।ର୍ଡ଼ର କିଛି ମାନ୍ୟଗଣ ବ୍ୟକ୍ତିଙ୍କୁ ମେଣ୍ଟର ଭାବେ ନିଯୁକ୍ତି ଦିଆଯାଇଛି ।

ଆଜି ସାଉଥ୍ ଜୋନ୍ ର ୨୮, ୨୯,୩୫,୩୬ ଓ୍ୱାର୍ଡ ସହିତ ଅନ୍ୟ ଜୋନର ସ୍ୱେଚ୍ଛାସେବୀମାନଙ୍କୁ ଟ୍ରେନିଂ ଦିଆଯାଇଛି । ଟ୍ରେନିଂ ପାଇଥିବା ସ୍ୱେଚ୍ଛାସେବୀଙ୍କୁ ଗୋଟିଏ କିଟ୍ ଦିଆଯାଇଛି । ଯେଉଁଥିରେ ୫୦ଟି ମାସ୍କ, ସାନିଟାଇଜର, ଭିଟାମିନ୍ ସି ବଟିକା ରହିଛି । ଯେଉଁଠି ଗହଳି ହେଉଛି ବା ଗହଳି କରାଯାଉଛି ସେଠାକୁ ଯାଇ ଲୋକଙ୍କ ସାମାଜିକ ଦୂରତ୍ୱ ବିଷୟରେ ବୁଝାଇବେ l

Leave a Reply

Your email address will not be published. Required fields are marked *