ଜିରୋ ନାଇଟ୍ ସେଲିବ୍ରେସନ୍‌ରେ ହୋ-ହଲ୍ଲା ମନା, ଏକାଠି ହେବେନି ଅଧିକ : BMC ଜାରିକଲା ସ୍ବତନ୍ତ୍ର ନିର୍ଦ୍ଦେଶନାମା

ଭୁବନେଶ୍ବର, (ଓଡିଶା ଟାଇମ୍) : ପ୍ରତିବର୍ଷ ଡିସେମ୍ବର ୩୧ ତାରିଖ ରାତିରେ ଆୟୋଜିତ ହୋଇଥାଏ ‘ଜିରୋ ନାଇଟ ସେଲିବ୍ରେସନ’ ହୋଇଥାଏ। କ୍ଲବ ଓ ବିଭିନ୍ନ ବାରରେ ନୂଆ ବର୍ଷ ପାଇଁ ଉତ୍ସବ ପାଳନ ହୋଇଥାଏ। ଏହି ସମୟରେ ବାର ଓ କ୍ଲବରେ ପ୍ରବଳ ଗହଳି ହୋଇଥାଏ। ନୂଆ ବର୍ଷକୁ ସ୍ବାଗତ କରିବା ପାଇଁ ଆୟୋଜିତ ହୋଇଥାଏ ସ୍ବତନ୍ତ୍ର ଉତ୍ସବ। ରଙ୍ଗବେରଙ୍ଗ ଆଲୁଅରେ ଡିଜେ ବାଦ୍ୟ ପରିବେଶକୁ ଉତ୍ସବମୁଖର କରିଥାଏ। ଦୁଲୁକୁଥାଏ ମଞ୍ଚ। ଜମୁଥାଏ ନାଚଗୀତର ଆସର।

ରାଜଧାନୀ ଭୁବନେଶ୍ବର ସମେତ ରାଜ୍ୟର କଟକ, ବ୍ରହ୍ମପୁର, ସମ୍ବଲପୁର, ରାଉରକେଲା, ଭଦ୍ରକ, ବାଲେଶ୍ବର ଆଦି ସହରରେ ‘ଜିରୋ ନାଇଟ୍‌ ସେଲିବ୍ରେସନ୍‌ ପାଳିତ ହୋଇଥାଏ। ବିଶେଷ କରି ରାଜଧାନୀ ଭୁବନେଶ୍ବରରେ ‘ଜିରୋ ନାଇଟ୍‌ ସେଲିବ୍ରେସନ୍‌’ ଅଧିକ ଲୋକ ସାମିଲ ହୋଇଥାନ୍ତି। ତେବେ ଏଥର କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ‘ଜିରୋ ନାଇଟ୍‌ ସେଲିବ୍ରେସନ୍‌’ ବନ୍ଦ ଘୋଷଣା କରିଛନ୍ତି।

ଆଜି ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି ଯେ, ଭୁବନେଶ୍ବରରେ ଏ ବର୍ଷ ‘ଜିରୋ ନାଇଟ ସେଲିବ୍ରେସନ’ ହେବନାହିଁ। ବର୍ତ୍ତମାନର ଗାଇଡଲାଇନ ଅନୁସାରେ ୨୦୨୦ ଡିସେମ୍ବର ୩୧ ରାତି ଉତ୍ସବ ମନା କରାଯାଇଛି। ନୂଆବର୍ଷ ପାଳନ ନେଇ ୩୧ ରାତିରେ ଉତ୍ସବ ଆୟୋଜନକୁ ମନା କରାଯାଇଛି। ତେଣୁ ଭୁବନେଶ୍ୱରରେ ‘ଜିରୋ ନାଇଟ ସେଲିବ୍ରେସନ’ ହେବ ନାହିଁ। ନୂଆବର୍ଷ ପାଇଁ ୩୧ ତାରିଖ ରାତିରେ ଭୁବନେଶ୍ୱରରେ କୌଣସି ପ୍ରକାର ଉତ୍ସବ ପାଳନ କରାଯିବ ନାହିଁ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ‘ଜିରୋ ନାଇଟ ସେଲିବ୍ରେସନ’ ଉପରେ କଟକଣା ଲଗାଯାଇଛି। ଅଧିକ ସଂଖ୍ୟକ ଲୋକ ଏକାଠି ହେବା ଦ୍ବାରା କରୋନା ସଂକ୍ରମଣ ବ୍ୟାପିବାର ଆଶଙ୍କା ଥିବାରୁ ବିଏମ୍‌ସି ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି ବୋଲି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ପ୍ରକାଶ କରିଛନ୍ତି।

Leave a Reply

Your email address will not be published.