ଭୁବନେଶ୍ୱରରେ ପୁଣି ୪ ଜଣ କରୋନା ପଜିଟିଭ ଚିହ୍ନଟ
ଭୁବନେଶ୍ଵର, (ଓଡିଶା ଟାଇମ୍) : ଆଜି ଭୁବନେଶ୍ୱରରେ ପୁଣି ୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ଏ ନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମସି)ପକ୍ଷରୁ ଟୁଇଟ୍ କରି କୁହାଯାଇଛି |
ଏମାନଙ୍କ ଭିତରୁ ଚନ୍ଦ୍ରଶେଖରପୁରରୁ ଜଣେ ୨୮ ବର୍ଷିୟ ପୁରୁଷ ଅଛନ୍ତି। ସେ ଜଣେ ହାଇଦ୍ରାବାଦ ଫେରନ୍ତା । ଆଉ ଜଣେ ଡୁମଡୁମା ଅଞ୍ଚଳର ୨୯ ବର୍ଷିୟ ପୁରୁଷ ଅଛନ୍ତି। ସେ ଜଣେ ଦିଲ୍ଲୀ ଫେରନ୍ତା ବୋଲି ବିଏମସି(ଭୁବନେଶ୍ୱର ମହାନଗର ନିଗମ)ପକ୍ଷରୁ କୁହାଯାଇଛି |
ଅପରପକ୍ଷରେ ପଟିଆ ଅଞ୍ଚଳରୁ ଦୁଇଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ଜଣଙ୍କର ବୟସ ୩୪ ବର୍ଷ ଓ ସେ ଜଣେ ପୁରୁଷ। ଆରଜଣକ ୨୬ ବର୍ଷୀୟା ମହିଳା ।