କୋଭିଡ୍‌ ଛାଟ: ଯାଞ୍ଚ ପରେ ୧୦ ହସ୍ପିଟାଲକୁ ବିଏମ୍‌ସିର ନୋଟିସ୍‌

ଭୁବନେଶ୍ବର, (ଓଡିଶା ଟାଇମ୍) : କୋଭିଡ୍‌ ଗାଇଡ୍‌ଲାଇନ୍‌ ମାନୁନଥିବା ରାଜଧାନୀର ହସ୍ପିଟାଲକୁ କଡ଼ା ଚେତାବନୀ ଦେଲା ବିଏମ୍‌ସି। କରୋନା ବେଳରେ ହସ୍ପିଟାଲ ପ୍ରୋଟୋକଲ ନମାନିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) କମିଶନର।

୧୦ଟି ହସ୍ପିଟାଲକୁ ବିଏମସିର ନୋଟିସ୍‌। କୋଭିଡ-୧୯ ନିୟମ ଉଲ୍ଲଂଘନ ନେଇ ୧୦ ହସ୍ପିଟାଲକୁ ନୋଟିସ୍‌ ଦିଆଯାଇଛି। ୨୪ ଘଣ୍ଟାରେ ରିପୋର୍ଟ ଦେବାକୁ ଏହି ହସ୍ପିଟାଲକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ସମୟ ଭିତରେ ରିପୋର୍ଟ ନ ଦେଲେ ହେବ କାର୍ଯ୍ୟାନୁଷ୍ଠାନ। ବିଏମସି କମିଶନର ୧୦ ହସ୍ପିଟାଲକୁ ୨୪ ଘଣ୍ଟାର ମହଲତ ଦିଆଯାଇଛି। ୨୪ ଘଣ୍ଟାରେ ନୋଟିସ୍‌ର ଉତ୍ତର ଉତ୍ତର ନରଖିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ।

କାଲି ମଞ୍ଚେଶ୍ଵରରେ ଥିବା BLUE WHELE ମେଡିକାଲ କୋଭିଡ-୧୯ ନିୟମକୁ ଉଲଂଘନ କରିବା ପରେ ମେଡିକାଲକୁ ସମ୍ପୂର୍ଣ୍ଣ ସିଲ୍‌ କରିଥିଲା ବିଏମସି ।  ଗୁରୁବାର କୋଭିଡ ନିୟମ ପାଳନ କରୁଛନ୍ତି କି ନାହିଁ ରାଜଧାନୀର କିଛି ହସ୍ପିଟାଲ ସେ ନେଇ ବିଏମସି ପକ୍ଷରୁ ବହୁ ହସ୍ପିଟାଲରେ ଯାଞ୍ଚ କରାଯାଇଥିଲା।

ଠିକ୍ ଭାବରେ ସାନିଟାଇଜ ହେଉଛି କି ନାହିଁ, ସାମାଜିକ ଦୂରତା, ମାସ୍କ , ମେଡିକାଲକୁ ପ୍ରବେଶ କରିବା ବେଳେ ସ୍କାନିଂ ହେଉଛି କି ନାହିଁ ତା ସହ ଅଳ୍ପ କର୍ମଚାରୀଙ୍କୁ ନେଇ ଡ୍ୟୁଟି ହେଉଛି କି ନାହିଁ, ଏ ସବୁ ଦେଖିଥିଲେ ବିଏମସି କର୍ମଚାରୀ। ଆପୋଲ, କଳିଙ୍ଗ, ଉସ୍ତି, କର, ନୀଳାଚଳ, ରୁଚିକା, କେୟାର, ମୋହନ ଡାଇବେଟିସ୍ ସେଣ୍ଟର ଭଳି ୧୦ଟି ମେଡିକାଲରେ ଯାଞ୍ଚ କରାଯାଇଛି ।

ବିଏମସିରେ ୩ଟି ଜୋନ୍‌ ପକ୍ଷରୁ ପୋଲିସ ସହଯୋଗରେ ଏହି ଯାଞ୍ଚ କରାଯାଇଛି।  ଯାଞ୍ଚ ପ୍ରକ୍ରିୟା ପାଇଁ ସବୁ ଜୋନ୍‌ରେ ବିଏମସିର କର୍ମଚାରୀ ନିୟୋଜିତ ହୋଇଥିଲେ । ବିଏମସି କମିଶନର ପ୍ରେମଚାନ୍ଦ ଚୌଧୁରୀ   ମେଡିକାଲରେ ସମସ୍ତେ ସାମାଜିକ ଦୂରତା ବଜାୟ ରଖୁଛନ୍ତି କି ନାହିଁ, ମାସ୍କ ପିନ୍ଧୁଛନ୍ତି କି ନାହିଁ, ଏସବୁର ଯାଞ୍ଚ କରିଥିଲେ।

Leave a Reply

Your email address will not be published.