ଘାରୁଛି କରୋନା ଭୟ, ରାଜଧାନୀବାସୀ ସତର୍କ ରହିବାକୁ ପରାମର୍ଶ ଦେଲେ ବିଏମ୍‌ସି କମିଶନର

ଭୁବନେଶ୍ବର, (ଓଡିଶା ଟାଇମ୍) :ସତର୍କ ରୁହ, ସଚେତନ ରୁହ । ରାଜଧାନୀବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଲେ ବିଏମ୍‌ସି କମିଶନର । କରୋନାର ସଂକ୍ରମଣକୁ ଦୃଷ୍ଟିରେ ରଖି ସତର୍କ ରହିବାକୁ ଏପରି ପରାମର୍ଶ ଦେଇଛନ୍ତି ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ।

ରାଜଧାନୀବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଲେ ବିଏମସି କମିଶନର । ମାସ୍କ୍, ସାମାଜିକ ଦୂରତା ରକ୍ଷା କରିବା ପାଇଁ କହିଲେ । ତାଛଡା ଲୋକଙ୍କୁ ସଚେତନ କରିବା ପାଇଁ ପାଞ୍ଚଟି ସ୍କୁଆଡ଼଼ ଗଠନ ହୋଇଛି । ବଜାର, ସପିଂ ମଲ୍ ମନ୍ଦିର ନିକଟରେ ସକାଳେ ସନ୍ଧ୍ୟାରେ ମାଇକ ଯୋଗେ ପ୍ରଚାର କରାଯାଉଛି । କୋଭିଡ୍ ସଚେତକଙ୍କୁ ପୁଣି ଆଲର୍ଟ କରାଯାଇଛି । ନିୟମ ଉଲଂଘନ କାରୀ ଲୋକଙ୍କଠୁ ଫାଇନ ଆଦାୟ କରାଯାଉଛି । ଏଥିପାଇଁ କମିସନରେଟ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ସ୍କୁଆଡ଼ ଗଠନ କରାଯାଇଛି ।

ସେପଟେ ଆଇ ଆର୍ ସି ଭିଲେଜ୍ ହାଇସ୍କୁଲରେ ଜଣେ ଶିକ୍ଷକ ପଜିଟିଭ କେଶ୍ ସାମ୍ନାକୁ ଆସିଛି । ଏହାପରେ ସଂପୃକ୍ତ ସ୍କୁଲକୁ ଦୁଇ ଦିନ ଯାଏ ସ୍କୁଲକୁ ବନ୍ଦ କରାଯାଇଛି । ଯଦି କୌଣସି ଛାତ୍ରଛାତ୍ରୀ କିମ୍ବା ସହ ଶିକ୍ଷକ ଙ୍କ ଠାରେ କୌଣସି ଫ୍ଲୁ ଲକ୍ଷଣ ଦେଖାଯାଏ । ତେବେ ସେମାନଙ୍କ କୋଭିଡ୍ ପରୀକ୍ଷା କରାଯିବ । ତେବେ ବର୍ତ୍ତମାନ ପରିସ୍ଥିତି ଉପରେ ବିଏମସି ପକ୍ଷରୁ କଡ଼ା ନଜର ରଖାଯାଇଛି ବୋଲି ବିଏମସି କମିସନର କହିଛନ୍ତି ।

Leave a Reply

Your email address will not be published.