ରେଡ୍ ଜୋନ୍ରେ ରାଜଧାନୀ, କମିଲା ରାଜ୍ୟର ଗ୍ରୀନ୍ ଅଞ୍ଚଳ
ଭୁବନେଶ୍ଵର(ଓଡ଼ିଶା ଟାଇମ୍): ପୂର୍ବରୁ ରାଜ୍ୟରେ ୩ଟି ଜିଲ୍ଲା ରେଡ୍ ଜୋନ୍ରେ ରହିଥିବାବେଳେ ସମ୍ପ୍ରତି ଏଥିରେ ରାଜଧାନୀ ଅନ୍ତର୍ଭୁକ୍ତ ହୋଇଛି। ଭୁବନେଶ୍ଵର ମହାନଗର ନିଗମ (ବିଏମ୍ସି) ଅଞ୍ଚଳ ରେଡ୍ ଜୋନ୍ ଭିତରକୁ ଆସିଯାଇଛି। କେନ୍ଦ୍ରର ତାଲିକାରେ ରାଜ୍ୟ ସରକାର ଆଜି ପରିବର୍ତ୍ତିତ ସୂଚନା ଦେଇଛନ୍ତି।
ସୂଚନା ଅନୁସାରେ କେନ୍ଦ୍ର ସରକାରଙ୍କ ତାଲିକାରେ ଖୋର୍ଦ୍ଧା ଜିଲ୍ଲା ଅରେଞ୍ଜ୍ ଜୋନ୍ରେ ରହିଥିଲା। ତାହା ପୂର୍ବଭଳି ବଜାୟ ରହିଛି। କେବଳ ସେଥିରୁ ବାଦ୍ ପଡ଼ିଛି ବିଏମ୍ସି ଅଞ୍ଚଳ। ସେହିପରି ରାଜ୍ୟର ଗ୍ରୀନ୍ ଜୋନ୍ ଜିଲ୍ଲା ଭାବେ ୨୧ଟି ରହିଥିବାବେଳେ ସେଥିରେ ହ୍ରାସ ଘଟିଛି। ତାହା ୧୬କୁ ଆସିଥିବାବେଳେ ଅରେଞ୍ଜ୍ ଜୋନ୍ରେ ରହିଥିବା ୬ଟି ଜିଲ୍ଲା ୧୧କୁ ବୃଦ୍ଧି ପାଇଛି।
ରେଡ୍ ଜୋନ୍: ବାଲେଶ୍ଵର, ଭଦ୍ରକ, ଯାଜପୁର ଓ ଭୁବନେଶ୍ଵର ମହାନଗର ନିଗମ ଅଞ୍ଚଳ
ଅରେଞ୍ଜ୍ ଜୋନ୍: ଖୋର୍ଦ୍ଧା (ରାଜଧାନୀ ଭୁବନେଶ୍ଵର ବ୍ୟତୀତ), କୋରାପୁଟ, କେନ୍ଦ୍ରାପଡ଼, କେନ୍ଦୁଝର, ସୁନ୍ଦରଗଡ଼, ଦେବଗଡ଼, ଢେଙ୍କାନାଳ, ଗଞ୍ଜାମ, ଝାରସୁଗୁଡ଼ା, କଳାହାଣ୍ଡି
ଗ୍ରୀନ୍ ଜୋନ୍: ସମ୍ବଲପୁର, ବରଗଡ଼, ବୌଦ୍ଧ, ଅନୁଗୁଳ, କନ୍ଧମାଳ, ଗଜପତି, ମାଲକାନଗିରି, ଜଗତସିଂହପୁର, ମୟୂରଭଞ୍ଜ, ନୂଆପଡ଼ା, ନୟାଗଡ଼, ସୋନପୁର, ନବରଙ୍ଗପୁର, ପୁରୀ, କଟକ